ମୋହନା ବ୍ଲକର ବିଭିନ୍ନ ଗ୍ରାମର ଏହି ଦୃଶ୍ୟ : ବିଦ୍ୟାର୍ଥୀଙ୍କ କଷ୍ଟ ଓ ଗର୍ଭବତୀ ମହିଳାଙ୍କ ଜନନୀ ଯନ୍ତ୍ରଣାରେ ରାସ୍ତା ଓ ଭରା ନାଳ ସାଜିଛି କଣ୍ଟା

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ । ସରକାରଙ୍କ ପ୍ରକୃତ ବିକାଶ  ଲୋକଙ୍କ ପାଖରେ ପହଞ୍ଚି ପାରୁନି।କାଗଜ କଲମରେ ସୀମିତ ରହିଛି ବିକାଶ । ଭଲ ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ କରାଯାଉନଥିବାରୁ ଗମନାଗମନରେ ନାହିଁ ନଥିବା  ସମସ୍ୟାର ସମୁଖୀନ ହେଉଛନ୍ତି ଗ୍ରାମବାସୀ । କୁନି କୁନି ଛାତ୍ରଛାତ୍ରୀ ମାନେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ପଚ଼ ପଚ ରାସ୍ତାରେ ବହୁ କଷ୍ଟରେଯାତାୟତକରୁଛନ୍ତିକାଦୁଅରେ ଯାଉଥିବା ବେଳେ ଗୋଡ଼ ଖସିଯାଇ ପଡିଯିବାରୁ ନାଳ ପାଣିରେ ନିଜକୁ ସଫାସୁତୁରା କରୁଛନ୍ତି । ଏହି କାଦୁଅ ଭରା ରାସ୍ତା ଯେ କେବଳ ଏମାନଙ୍କସମସ୍ୟା ନୁହେଁ । ଏମାନଙ୍କ ବଡ଼ ସମସ୍ୟା ହେଉଛି ରାସ୍ତା ମଧ୍ୟରେ ଥିବା  ଭରାନାଳ ।ଏହି ନାଳପାର ହୋଇ ଏମିତି ଦୈନନ୍ଦିନ ଯିବାକୁ ବାଧ୍ୟ ହୁଅନ୍ତି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଗ୍ରାମର ଆବାଳ ବୁଦ୍ଧ ବନିତା କାରଣ ଗମନାଗମନ ପାଇଁ ଅନ୍ୟ ବିକଳ୍ପ  ନାହିଁ ।

ବର୍ଷା ସମୟରେ ଯାତାୟତ କରୁଥିବା ବେଳେ ଯଦି ହଠାତ ଜଳସ୍ତର ବୃଦ୍ଧି ପାଏ , ତାହେଲେ ଛାତ୍ରଛାତ୍ରୀ ମାନେ ଭରାପାଣିରେ ଭାସିଯିବାର ଭୟ ମଧ୍ୟ ରହିଛି । ହେଲେ ଜରୁରୀ କାର୍ଯ୍ୟରେ ଯିବାକୁ ସମସ୍ତେ ବାଧ୍ଯ । ନଗଲେ ନ ଚଳେ ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ ବୁଢାପଙ୍କ ଓ ଲୁଦିହୁଏରୀ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୃଶ୍ୟ ।ଏହି ଦୁଇ ଗାଁରେ ୪୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଚାଷବେଉସା ଓ ଫୁଲଛାଞ୍ଚୁଣୀ ତିଆରି କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ଏମାନେ ଯେକୌଣସି ଜିନିଷ କିଣାବିକା ହେଉ ଅବା ସ୍ୱାସ୍ଥ୍ୟ ସେବା ପାଇଁ ମୋହନା ଉପରେ ନିର୍ଭର କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣକରିବା ପାଇଁ ଏ.ଖଜୁରିପଦା ଓ କନ୍ଧଅଡ଼ବା ବିଦ୍ୟାଳୟ ଉପରେ ନିର୍ଭର କରନ୍ତି । କିନ୍ତୁ ଏମାନେ ନିକଟସ୍ଥଖଜୁରିପଦା ଗାଁକୁ ଗଲେ ହିଁ ଯେଉଁଠାକୁ ମଧ୍ୟ ଯାଇପାରିବେ । କିନ୍ତୁ ଖଜୁରିପଦା ଗାଁକୁ ପହଞ୍ଚିବାକୁ ହେଲେ ପ୍ରାୟ ତିନି କିମି ଏମିତି ରାସ୍ତା ଅତି ଦୟନୀୟ

Exit mobile version