Home ଓଡ଼ିଶା କୃଷକ ସାଥୀ ମାନଙ୍କୁ ସର୍ବନିମ୍ନ ମଜୁରୀ : ସାମାଜିକ ସୁରକ୍ଷା ଦାବି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଓଡିଶା କୃଷକ ସାଥୀ ସଂଘର ଦୀର୍ଘ ୧୫ ବର୍ଷ (୨୦୦୬-୨୦୨୧) ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ନିକଟରେ ଅନେକ ଦାବି ବିଭିନ୍ନ ସମୟରେ କରି ଆସୁଛୁ । ଓଡିଶା ସରକାରଙ୍କ ଦ୍ୱାରା କୃଷି କୃଷକର ବିକାଷ ନିମନ୍ତେ ବହୁ ବିଧ ଉନ୍ନୟନ ମୂଳ କାର୍ଯ୍ୟକ୍ରମ ଯଥା – ମୃତିକା ନମୂନା ସଂଗ୍ରହ, ଫସଲ ପାଇଁ ଖାଦ୍ୟସାର ପରିଚାଳନା ଜଳ ପରିଚାଳନା ପାଇଁ ପାଣି ପଂଚାୟତ ଗଠନ, ରୋଗ ପୋକ ପରିଚାଳନା ଏବଂ ତଥ୍ୟ ପ୍ରଦାନ, ଶ୍ରୀ ପ୍ରଣାଳୀରେ ଧାଡିରୁଆ ଧାନ ଚାଷ । ପୂର୍ବ ଭାରତରେ ସବୁଜ ବିପ୍ଳବ ଡାଲି ଏବଂ ତୈଳ ବୀଜ ଜାତୀୟ କୃଷି ନିମନ୍ତେ କୃଷକଙ୍କୁ ପରାମର୍ଶ, ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି କୃଷକକୁ ଯୋଗାଣ ପାଇଁ ପରାମର୍ଶ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା, କାଳିଆ ଯୋଜନା, ବଳରାମ ଯୋଜନା ବର୍ତମାନର ପରିସଂଖ୍ୟାନ ବିଭାଗର କାର୍ଯ୍ୟ ଏବଂ କାଳିଆ ନିମନ୍ତେ ତଥ୍ୟ ସଂଗ୍ରହ (Database) ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଅବୈତନିକ ଭାବରେ କରି ଆସୁଅଛୁ । ପ୍ରସ୍ତାବ ନଂ –୧ :- ଆପଣଙ୍କ ଦ୍ୱାରା ଆନିତ ଯୋଜନା ନିମନ୍ତେ କୃଷକ ସାଥୀଙ୍କୁ ତାଲିମ ପ୍ରଦାନ ସହିତ ସାର୍ଟିିଫିକେଟ ପ୍ରଦାନ କରାଯାଉ (୨୦୦୬ ମସିହା ଠାରୁ ଆମ୍ଭେମାନେ ତାଲିମ ପ୍ରାପ୍ତ ହୋଇଅଛୁ) । ପ୍ରସ୍ତାବ ନଂ-୨ :- ପରିସଂଖାନ ବିଭାଗର ଅମିନ ଭାବରେ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ, ଯେହେତୁ ଆମ୍ଭେମାନେ ଦୀର୍ଘ ଦିନରୁ ସାହାଯ୍ୟ କରି ଆସିଅଛୁ ଏବଂ ୨୦୦୬ ମସିହାରୁ ନିଯୁକ୍ତ କୃଷକ ସାଥୀଙ୍କୁ ମାଟ୍ରିକ୍ ଯୋଗ୍ୟତା ଭିତିରେ ଅଗ୍ରାଧିକାର ଦିଆଯାଉ । (୨୦୦୬ ମସିହା ଗାଇଡ ଲାଇନ୍ ଅନୁସାରେ ନିଯୁକ୍ତ କୃଷକ ସାଥୀଙ୍କର ଯୋଗ୍ୟତା ମାଟ୍ରିକ୍ ପାସ୍ ଏବଂ ବୟସ ୧୮-୪୦ ବର୍ଷ ଥିଲା ) ପ୍ରସ୍ତାବ ନଂ-୩ :- ଅଗ୍ରଣୀ କୃଷକ ସାଥୀ (ଚକ୍ସକ୍ଟଶକ୍ସରଗ୍ଦଗ୍ଦସଙ୍ଖର ୠବକ୍ସଜ୍ଞରକ୍ସ/ୠବକ୍ସଜ୍ଞରକ୍ସ ୠକ୍ସସରଦ୍ଭୟ) ପରିବର୍ତେ କୃଷି କର୍ମଚାରୀର ମାନ୍ୟତା ଦିଆଯାଉ । ପ୍ରସ୍ତାବ ନଂ-୪ :- ସମସ୍ତ କୃଷି ଭିତିକ ଉନ୍ନୟନ କାର୍ଯ୍ୟରେ ଏନ୍.ଜି.ଓ ମାନଙ୍କୁ ଉଚ୍ଛେଦକରି କୃଷକ ସାଥୀ ମାନଙ୍କୁ ନିୟୋଜିତ କରାଯାଉ । ପ୍ରସ୍ତାବ ନଂ-୫ :- ଡ୍ରେସ କୋର୍ଡ ସହିତ ପରିଚୟ ପତ୍ର ପ୍ରଦାନ କରାଯାଉ । ଆବଶ୍ୟକୀୟ କୃଷି ସାମଗ୍ରୀ ଯଥା- ଉପାଦେୟ ପୁସ୍ତକ ଇତ୍ୟାଦି ଯୋଗାଇ ଦିଆଯାଉ । ପ୍ରସ୍ତାବ ନଂ-୬ :- ଇ-ରୋଗ, ପୋକ ସର୍ବେକ୍ଷଣ କାର୍ଯ୍ୟରେ ଆମ୍ଭ ମାନଙ୍କୁ ନିୟୋଜିତ କରାଯାଉ (୨୦୦୬ ମସିହାରୁ ଆମ୍ଭେ ତାଲିମ ପ୍ରାପ୍ତ ଅଟୁ) । ପ୍ରସ୍ଥାବ ନଂ-୭ :- କୃଷକ ସ-ଶକ୍ତ କରଣ ଏବଂ ବିହନ ବିଶୋଧନ କାର୍ଯ୍ୟକ୍ରମରେ ଏସ.ଏଚ.ଜି ମାନଙ୍କୁ ଉଚ୍ଛେଦ କରି ଆମ୍ଭ ମାନଙ୍କୁ ନିୟୋଜିତ କରାଯାଉ । (ଯେହେତୁ ୨୦୦୬ ମସିହାରୁ ଆମ୍ଭମାନଙ୍କୁ ତାଲିମ ସହିତ କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା) ପ୍ରସ୍ତାବ ନଂ-୮ :- ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା ଖନନ ହେଉଥିବା ମତ୍ସ୍ୟଚାଷ ପୋଖରି ତତ୍ୱାବଧାନ କାର୍ଯ୍ୟରେ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ । ଯେହେତୁ ଆମ୍ଭେମାନେ ସାହାଯ୍ୟ କରି ଆସୁଅଛୁ । ପ୍ରସ୍ତାବ ନଂ-୯ :- ସରକାରଙ୍କ ନିର୍ଦ୍ଦେଶ ନାମା ଅନୁଯାୟୀ କୃଷକ ସାଥୀମାନଙ୍କୁ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟରେ ନିୟୋଜିତ କରାଯାଉ । ପ୍ରସ୍ତାବ ନଂ-୧୦ :- ଗ୍ରାମାଂଚଳ ମାନଙ୍କୁ ଏନ.ଏ.ସି ଘୋଷଣା ପରେ ସେଠାରେ ନିୟୋଜିତ ଥିବା କୃଷକ ସାଥୀ ମାନଙ୍କ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରାଯାଉ । ପ୍ରସ୍ତାବ ନଂ-୧୧ :- ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ଏବଂ କ୍ଷେତ୍ର ପରିଦର୍ଶନର ଯାଂଚ ପ୍ରକ୍ରିୟାରେ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ, ଯେହେତୁ ଏଥିରେ ଆମ୍ଭେ ସାହାଯ୍ୟ କରି ଯୋଗ ଦେଇ ଆସୁଅଛୁ । ପ୍ରସ୍ତାବ ନଂ-୧୨ :- ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଆମ୍ଭେ ୨୦୦୬ ମସିହାରୁ ମୃତିକା ନମୂନା ସଂଗ୍ରହ ଏବଂ ପରିକ୍ଷା ପାଇଁ ତାଲିମ ପ୍ରାପ୍ତ ସହିତ ନିୟୋଜିତ ଥାଇ ତାର ପ୍ରାୟ ୧୨ ବର୍ଷ ପରେ ନବ ନିଯୁକ୍ତ କୃଷି ମିତ୍ର ମାନଙ୍କୁ ଆମ୍ଭ ପରିବର୍ତେ କାର୍ଯ୍ୟରେ ନିୟୋଜିତ କରାଯାଇ ମାସିକ ଟ ୩୬୦୦/- ଙ୍କା ପ୍ରଦାନ କରାଯାଉ ଅଛି । ଯାହାକି ଆମ୍ଭ ମାନଙ୍କୁ ପ୍ରଦାନ କରାଯିବାର ଉଚିତ ଥିଲା ପ୍ରସ୍ତାବ ନଂ-୧୩ :- ଆସିବାକୁ ଥିବା କେନ୍ଦ୍ରୀୟ ଭୂମି ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ କୃଷକ ସାଥୀ ମାନଙ୍କୁ ସାମିଲ କରି ଏଥି ନିମନ୍ତେ ପ୍ରଦତ ପାରିଶ୍ରମିକ ରାଶିକୁ ଆମ୍ଭମାନଙ୍କୁ ପ୍ରଦାନ କରାଯାଉ । ପ୍ରସ୍ତାବ ନଂ-୧୪ :- କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ ମାସିକ ଟ ୫୦୦/-ଙ୍କା ଏବଂ ରାଜ୍ୟ ସରକାରଙ୍କର ପ୍ରଦତ ମାସିକ ୫୦୦/- ମୋଟ ମାସିକ ୧୦୦୦/- ଟଙ୍କା ଆମ୍ଭ ମାନଙ୍କ ନିମନ୍ତେ ସାଧାରଣ ଭତାଠାରୁ ମଧ୍ୟ କମ୍ ଅଟେ । ଏଣୁ ଆମ୍ଭ ମାନଙ୍କୁ କୁଶଳି ଶ୍ରମିକ ଭାବରେ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ଯେହେତୁ ଆମ୍ଭେ ଦୀର୍ଘ ବର୍ଷରୁ ତାଲିମ ପ୍ରାପ୍ତ ଅଟୁ । ଏଣୁ ସବିନୟ ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ ବାରମ୍ଭାର ଦାବିକରି ଆସୁଥିଲେ ମଧ୍ୟ କୌଣସି ଦାବି ପୂରଣ କରାଗଲା ନାହିଁ । ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେବାକୁ ସଂଘ ତରଫରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଅଛି । Categories: ଓଡ଼ିଶା, ମହାନଗର, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026