ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ନିର୍ବାଚନ ରେ ବିଜୁ ଜନତା ଦଳର ବାଜିମାତ୍

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ମଙ୍ଗଳବାର) ନୂଆଗାଁ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ସଫଳତା ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ରେ ବିଜେଡ଼ି ଦୋହରାଇଛି।ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ,ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ପ୍ରଚେଷ୍ଟା ଏବଂ ଗୋଟିଚାଳନା ଯୋଗୁଁ ୧୫ ଟି ଜୋନ୍ ରୁ ୧୦ ଟି ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ଅପ୍ରତିଦ୍ଵନ୍ଦୀ ହୋଇଥିବା ଜଣା ପଡିଛି । ବରିଷ୍ଠ ବିଜେଡି ନେତା,ବିଶିଷ୍ଟ ସମାଜ ସେବୀ ତଥା ବାହାଡ଼ ଝୋଲା ସେବା ସମବାୟ ସମିତି ର ସଭାପତି ସୂର୍ଯ୍ୟ ନାରାୟଣ ସାହୁ ୫ ନଂ ଜୋନ୍ ରେ ଅପ୍ରତିଦ୍ଵନ୍ଦୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ସୂଚନା ଦେଇଛନ୍ତି । ୫ ନଂ ଜୋନ ରେ ଜିଲ୍ଲା ଡାଇରେକ୍ଟର ଭାବେ ଅପ୍ରତିଦ୍ଵନ୍ଦୀ ହେବା ପରେ ସୂର୍ଯ୍ୟନାରାୟଣ ସାହୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସମେତ ଜିଲ୍ଲା ର ସମସ୍ତ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ବିଜୟ ମୋର ନୁହେଁ ବିଜୁ ଜନତା ଦଳର ବୋଲି ସୂର୍ଯ୍ୟ ନାରାୟଣ ସାହୁ କହିଛନ୍ତି ।

Exit mobile version