ରେଳବାଇ ମହିଳା କଲ୍ୟାଣ ସଙ୍ଗଠନର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ସୋମବାର) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ(ଇକ୍ରୋ) ଖୋର୍ଦ୍ଧାରୋଡ଼ ଦ୍ୱାରା ରେଲୱେ ଅଫିସର କ୍ଲବ ଠାରେ ପ୍ରବନ୍ଧ ଏବଂ ସ୍ପଟ୍ ପେଣ୍ଟିଂ/ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରାଯାଇଥିଲା

ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗତ ମାସରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମହିଳା କଲ୍ୟାଣ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଶୁଭ ଲକ୍ଷ୍ମୀ ଜେନା ଉଭୟ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ଏବଂ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ

ସମୁଦାୟ ୩୬ଜଣ ପିଲା ସାର୍ଟିଫିକେଟ୍ ଏବଂ ସାନ୍ତ୍ୱନା ମୂଳକ ପୁରସ୍କାର ଗ୍ରହଣ କରିଥିଲେ ସଙ୍ଗଠନର ଉପ-ସଭାନେତ୍ରୀ ଶ୍ରୀମତୀ ସୀମା ପନୱର ଓ ସଙ୍ଗଠନର ସଚିବ ଶ୍ରୀମତୀ ପଲ୍ଲବୀ ଚୌହାନ ଏବଂ ମହିଳା କଲ୍ୟାଣ ସଂଗଠନର ଅନ୍ୟ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

Exit mobile version