ପାରଳାଖେମୁଣ୍ଡି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ “ବିଶ୍ଵ ହତାଧୁଆ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ବିକାଶ ବିଦ୍ୟାନିକେତନ ସ୍କୁଲ ପରିସରରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗ୍ଲୋବାଲ ତଥା ବିଶ୍ଵ ହାତଧୁଆ ସ୍କୁଲ ଦିବସ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଗଜପତି ଜିଲ୍ଲାଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ “ବିକାଶ ବିଦ୍ୟା ନିକେତନ” ସ୍କୁଲ ପରିସରରେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ହାତଧୁଆ ଦିବସ ସମ୍ପର୍କରେ ଏକ ସଚେତନତା ସଭା ଓ ହାତଧୁଆ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତାପାଢୀ ଙ୍କନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଯୋଗଦେଇ ହାତଧୁଆ ମହତ୍ତ୍ଵ ଓ ତାର ଉପକାରିତାର ବିଭିନ୍ନ ଦିଗ ଉପରେ ବୁଝାଇ ଠିକ୍ ସମୟ ତଥା କେଉଁ କେଉଁ ସମୟରେ ଓ କିଭଳି ହାତ ଧୋଇବା ଏବଂ

ଏହାଦ୍ବାରା ଆମେ କିଭଳି ବିଭିନ୍ନ କ୍ରୋନିକ ରୋଗ ଦାଉରୁ ବର୍ତ୍ତି ପାରିବା ସେସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇ ସଚେତନ କରାଇ ଥିଲେ ପରେ ଡାକ୍ତର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଲିପସା ମିଶ୍ରଙ୍କ ସମେତ ଭୁବନେଶ୍ଵର ସ୍ଥିତ ଏମ୍ସ ତଥା ୟୁନିସେଫ ର ୱାସ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ସାଲିନୀ ପଣ୍ଡା ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ପ୍ରମୁଖ ଏଥିରେ ଯୋଗଦେଇ କେଉଁ ସମୟରେ ଏବଂକିଭଳି ଭାବେ ଓ କେତେ ସମୟ ଧରି ହାତ ଧୋଇବାକୁ ହେବ ସେ ସବୁର ୬ଟିଉପାୟ ସମ୍ପର୍କରେ କହି କହି ହାତ ଧୋଇ ପ୍ରଦର୍ଶନ ମାଧ୍ୟମରେ ଦେଖାଇ ଥିଲେ ଏହି କାର୍ଯ୍ୟକ୍ରମରେ ବିକାଶ ବିଦ୍ୟା ନିକେତନ ସ୍କୁଲର ପ୍ରିନିସିପାଲ ଶ୍ରୀ କେ.ଶିବ ପ୍ରସାଦ ରାଓଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ହତାଧୁଆ ଉପରେ ସଚେତନ ହୋଇଥିଲେ ।

Exit mobile version