ଗଜପତି ଜିଲ୍ଲା ଆର.ଉଦୟଗିରି ବିଡ଼ିଓଙ୍କ କାର୍ଯ୍ୟ ଶୈଳୀକୁ ନେଇ ବ୍ଳକବାସୀ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏହି ବ୍ଳକ ବର୍ତ୍ତମାନ ମଧ୍ୟ ସମସ୍ୟା ଘେରରେ ରହିଛି।ଏବଂ ଜନ ସାଧାରଣ ବ୍ଳକ କାର୍ଯ୍ୟାଳୟ କୁ ଅନେକ ସମସ୍ୟା ବିଷୟରେ ଲିଖିତ ଅଭିଯୋଗ ପତ୍ର ଆଣିଥିଲେ ମଧ୍ୟ କେବେ କୌଣସି ସରକାରୀ ଅଧିକାରୀ ଲୋକଙ୍କ ସମସ୍ୟା ବିଷୟରେ ବୁଝି ନ ଥିଲେ।କିନ୍ତୁ ଗତ କିଛି ଦିନ ତଳେ ଆର ଉଦୟଗିରି ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଶ୍ରୀ ଲରୀମନ ଖର୍ସେଲ ନୂତନ ଅଧିକାରୀ ଦାୟିତ୍ବ ନେଲା ପରେ ଅଞ୍ଚଳରେ ଚହଲ ସୃଷ୍ଟି ହୋଇଛି ।

ତାଙ୍କର ନିଷ୍ଠାପର କାର୍ଯ୍ୟ ସାଧାରଣ ଲୋକଙ୍କ ପାଖକୁ ନିଜେ ଯାଇ ସରକାରର ପ୍ରତ୍ୟେକ ଯୋଜନା କିପରି ଲୋକମାନେ ପାଇବେ ଏଥିନିମନ୍ତେ ନିଜେ ବିଡ଼ିଓ ଶ୍ରୀ ଲରୀମନ ଖର୍ସେଲ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସମସ୍ୟାର ସମାଧାନ କରୁଛନ୍ତି।ତାଙ୍କର ଏହି ସମସ୍ତ ନିଷ୍ଠାପର କାର୍ଯ୍ୟ ଦେଖି ଅଞ୍ଚଳ ବୁଦ୍ଧିଜୀବୀ ମାନେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି ଏବଂ ଏଥି ପୂର୍ବରୁ ଆମ ବ୍ଳକରେ ବିଡ଼ିଓ ଲରୀମନ ଖର୍ସେଲ ମହାଶୟଙ୍କ ପରି ଉତ୍ତମ ସରଳ ଅଧିକାରୀଙ୍କୁ ଦେଖିନାହୁଁ ଓ ଆମ ବ୍ଳକ ବାସୀଙ୍କ ସ୍ୱଭାଗ୍ୟ ଯେ ତାଙ୍କ ପରି ନିଷ୍ଠାପର ସରଳ ଉତ୍ତମ ବିଡ଼ିଓ ପାଇଛୁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି

 

Exit mobile version