ଗଜପତି ଜିଲ୍ଲାପାଳ ଏବଂ ଏସପିଙ୍କ ଅଚାନକ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ବିଭିନ୍ନ ସମସ୍ୟା ଦେଖି ଅସନ୍ତୋଷ ପ୍ରକାଶ କଲେ

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର )  ପାରଳାଖେମୁଣ୍ଡି :- କିଛି ଦିନ ତଳେପାରଳା ଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଚିକିତ୍ସା ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଥିଲା l ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଜୟରାମ ଶତପଥି ଆକସ୍ମିକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟ ର ପ୍ରସୂତି ବିଭଗରେ ଥିବା ବିଭିନ୍ନ ସମସ୍ୟା ଗୁଡିକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିବାର ମଧ୍ୟ ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟାକୁ ନେଇ ବ୍ୟାପକ ଅବ୍ୟବସ୍ଥା ଘେରରେ ଚାଲୁ ରହିଥିବାର ରୋଗୀ ତଥା ରୋଗୀମାନଙ୍କ ପରିଜନଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା ଏବଂ ଏନେଇ ଗଣମାଧ୍ୟରେ ପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିଲା ବୋଲି ଅଭିଯୋଗ ହେଉଥିଲା । ବିଶେଷ କରି ମହିଳା ଓ ଶିଶୁ ବିଭାଗରେ ବ୍ୟାପକ ଅର୍ଥ କାରବାର ହେଉଥିବାର ଅଭିଯୋଗ ଶୁଣିବାପରେ ହଟାତ ଜିଲ୍ଲାପାଲ ଏହି ଗସ୍ତ କରିଥିବା ସୂଚନା ରହିଛି ।

ଏହି ଗସ୍ତ ସମୟରେ ସମସ୍ତ ଅବ୍ୟବସ୍ଥା ଦେଖିବା ବେଳେ ପଙ୍ଖା ନ ବୁଲିବା , ଦର ସିଯା ଖାଦ୍ୟ ତଥା ପାଣିଆ ଡାଲି ଦେବା ଆଦି ଦେଖି ଥିଲେ । ଜିଲ୍ଲାପାଳ ଏହି ପରିଦର୍ଶନ ସମୟରେ ପ୍ରସୂତୀଙ୍କୁ ଅର୍ଥମଗା ଯାଉଥିବା କାରବାରକୁ ନେଇ ରୋଗୀ ଏବଂ ତାଙ୍କ ପରିଜନଙ୍କୁ ଘଟଣାର ସତ୍ୟାସତ୍ୟ ସମ୍ପର୍କେ ପଚାରି ବୁଝିଥିଲେ । ଏହି ଘଟଣା ସତ୍ୟତା ଥିବାର ପ୍ରମାଣ ପାଇବା ପରେ ବିରକ୍ତି ପ୍ରକାଶ କରିବା ସହ ସମସ୍ତ ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ୟ ପଟେ ଜିଲ୍ଲା ଚିକିଶ୍ଚ ଧିକାରୀ ଏହାକୁ ସେପରି ଗୁରୁତ୍ଵ ନଦେଇ ସବୁ ଆଶା ଡିଡି ମାନକ ଉପରେ ଦୋଷ ଢାଳି ଦୋଷୀ ଙ୍କୁ ଘଣ୍ଟା ଘୋଡାଉଥିବା ଦେଖିବାକୁ ମିଳିଥିଲା ।

ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତ ରହିଥିବାର ମଧ୍ୟ ଲକ୍ଷ୍ୟ କରି ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପରିଦର୍ଶନ ଖବର ପାଇ ଜଣକ ପରେ ଜଣେ ଡାକ୍ତର କର୍ମଚାରୀ ଦୈଡି ଦୈଡି ଆସିଥିବାର ଦେଖିବାକୁ ମିଳିଥିଲା । ପରିଦର୍ଶନ ପରେ ଡାକ୍ତରଖାନାର ଏପରି ଅବ୍ୟବସ୍ଥା ସମ୍ପର୍କେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ତଲବ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଜନସାଧାରଣଙ୍କ କହିବା ଅନୁଯାୟୀ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏଠାରୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଇ ଜଣେ ଦକ୍ଷ ଅଧିକାରୀଙ୍କୁ ଏଠାରେ ନିଯୁକ୍ତି ଦେଇ ଜିଲ୍ଲାରେ ବ୍ୟପର୍ଯ୍ୟସ୍ତ ହୋଇ ପଡିଥିବା ସ୍ବାସ୍ଥ୍ୟ ସେବାକୁ ସୁଧାରିବା ପାଇଁ ପଦକ୍ଷେପ ନିଆଯାଉ l

Exit mobile version