ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ଓଡିଶା ତାଜା ନ୍ୟୁଜ୍‌ (୩୦ ମଇ, ଶନିବାର ) ଚନ୍ଦାହାଣ୍ଡି :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସର ମଧ୍ୟରେ ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ଉଦ୍ଧେଶ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମସ୍ତ ଓଡ଼ିଆ ଭାଇ ଭଉଣୀମାନେ କୋଭିଡ-19 କରୋନା ମହାମାରୀ ମହାବିପତି ସମୟରେ ଯେଉଁ କର୍ମୀ ଓ ସେବାକାରୀମାନେ ନିଜ ଜୀବନ କୁ ସମର୍ପିତ କରି ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିଲେ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ସେମାନଙ୍କୁ ଉତ୍ସାହିତ ଓ ତାଙ୍କ ତ୍ୟାଗକୁ ସମ୍ମାନ ଦେବା ଉଦ୍ଧେଶ୍ୟରେ ମଇ ୩୦ ତାରିଖ ସନ୍ଧ୍ୟା ସାଡେ ୫ ଘଣ୍ଟିକା ସମୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମରାଜ ମାଝୀ ଙ୍କ ତ୍ୱତ୍ୟାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ସରକାରୀ ପଦାଧିକାରୀ ଓ ଜନସାଧାରଣ ସେହି କରୋନା ଯୋଦ୍ଧା ମାନଙ୍କୁ ଏକତା ଓ ସାମାଜିକ ଦୂରତ୍ୱ ରକ୍ଷାକରି ଓଡ଼ିଶାର ଜାତୀୟ ସଙ୍ଗୀତ ” ବନ୍ଦେ ଉତ୍କଳ ଜନନୀ ” ଗାନ କରି ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ଜଣାଇଥିଲେ । ଏହା ଦ୍ୱାରା ବର୍ତ୍ତମାନ ସମୟରେ ଓଡ଼ିଆ ଜାତି ଓ ସମସ୍ତଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ପ୍ରେରଣା ସୃଷ୍ଟି କରିବ ବୋଲି ଆଶା କରାଯାଏ ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲଦାର ହୃଦାନନ୍ଦ ସିଂ ମାଝୀ, ନବରଙ୍ଗପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ,ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର କଳ୍ପେଶ ସୁନା, ପୋଲିସ IIC ଅଭୟ ବେହେରା,ଗୋଷ୍ଠୀ ଶିକ୍ଷାଧିକାରୀ ଭଜନ ଲାଲ ମାଝୀ,ପାନାବେଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶରତ କୁମାର ମାଝୀ, ICDS ସୁପରଭାଇଜର ସୌଦାମିନୀ ସ୍ୱାଇଁ,ଅଗ୍ନିଶମ ବିଭାଗ କର୍ମଚାରୀ ମହେନ୍ଦ୍ର ମିଶ୍ର,ସମାଜସେବୀ ଋଷୁ ବାଘ, ବରିଷ୍ଠ ଶିକ୍ଷକ ପୁରୁଷୋତ୍ତମ ପାରି, ବିଜୁଜନତା ଦଳ ବ୍ଳକ ସଭାପତି ଗୌରହରି ନାୟକ, ଜିଲ୍ଲା ପଛୁଆ ବର୍ଗ ସଭାପତି କାର୍ତ୍ତିକ ଚନ୍ଦ୍ର ବାଘ, ସମାଜସେବୀ ମଧୁସୂଦନ ନାଗେଶ ଏବଂ ଚନ୍ଦାହାଣ୍ଡି ବ୍ଲକର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୂଖ ଉପସ୍ଥିତ ଥିଲେ । ତତ ସହିତ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସମସ୍ତ ପୁରପଲ୍ଲୀରେ ଜନସାଧାରଣ ସର୍ଦ୍ଧାପୂର୍ବକ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିବା ଦେଖିବାକୁ ମିଳିଥିଲା । (ରିପୋର୍ଟ – ବଳରାମ /ଯୁବରାଜ ଜଗତ)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version