ନବୀନଙ୍କ ୭୭ତମ ଜନ୍ମଦିନ ଅବସରରେ ସମୂହ ଦୀପଦାନ

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ଖୋର୍ଦ୍ଧା-ଜଟଣୀ :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମତିଥି ଅବସରରେ ଆଜି ଜଟଣୀ ଗାନ୍ଧୀନଗର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ‘ଯୁବ ଛାତ୍ର ଜଟଣୀ ବିକାଶ ପରିଷଦ’ ଆନୁକୂଲ୍ୟରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ ଉପଲକ୍ଷେ ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜଟଣୀ ବିକାଶ ପରିଷଦର ସମସ୍ତ ପଦାଧିକାରୀ ଓ ସଭ୍ୟ,ସଭ୍ୟା ମାନେ କାର୍ଯ୍ୟକ୍ରମରେ ଭାଗ ନେଇ ମୂଖ୍ୟମନ୍ତ୍ରୀଙ୍କର ସଫଳ ରାଜନୈତିକ ଜୀବନ ଓ ଦୀର୍ଘାୟୁ କାମନା କରିଥିଲେ । ଏହି ଜନ୍ମୋତ୍ସବରେ ୭୭ଟି ଦୀପଦାନ କରାଯାଇଥିଲା । ଏହି ଦୀପଦାନ କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ସୁଦର୍ଶନ ସୁନ୍ଦରାୟଙ୍କ ସମେତ ଅଧ୍ୟାପକ ଶ୍ରୀ ବିଜୟ କୁମାର ପଣ୍ଡା,ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ,ଶ୍ରୀ ସୁରେନ୍ଦ୍ର ସାହୁ,

ଅଧ୍ୟାପକ ଶ୍ରୀ ଶୁଶାନ୍ତ ରାଉତ,କାଉନସିଲର ଶ୍ରୀ ଶଶାଙ୍କ ଶେଖର ରାୟ,ଏନ୍ ସିତା,ମାନସ ଦଳେଇ, ପ୍ରଶାନ୍ତ ମିଶ୍ର,ଇଞ୍ଚିଲା ସାବତ,ପ୍ରବୀର ମହାନ୍ତି, ବିଷ୍ଣୁ ପ୍ରସାଦ ଘଟୁଆରୀ, ବାବୁ ହୋତା,ପ୍ରସନ୍ନ ସାହୁ,ସୁଧୀର ବାରିକ,ସୁଚି ସାମନ୍ତରାୟ,ସୁଶାନ୍ତ ପାଲଟାସିଂ,ଅମରେଶ ନାୟକ,ଆଦିତ୍ୟ କେଶରୀ ମହାରଥୀ,ଆଶୁତୋଷ ରାୟ,କିଶୋର ଦାସ,ସୀମା ରାୟ ଓ ମାନସ ସୁବୁଦ୍ଧି,ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version