ସୁଲଭ ମୂଲ୍ୟ ଓ ଅନ୍-ଟାଇମ୍ ଗ୍ୟାରେଂଟି ସହ ବ୍ୟାପକ ବର୍ଗର ଲାଇଭ୍ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିଂ ସେବା ପ୍ରଦାନ କରିବ
ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଶନିବାର) ଭୁବନେଶ୍ୱର :- ଅଗ୍ରଣୀ ଓ ସବୁଠୁ ବିଶ୍ୱାସଯୋଗ୍ୟ ଲଣ୍ଡ୍ରି ବ୍ରାଣ୍ଡ୍ କ୍ୱିକ୍ୱାସ୍ ପକ୍ଷରୁ ଏହାର ଲାଇଭ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । କଂପାନି ପକ୍ଷରୁ ଚନ୍ଦ୍ରଶେଖରପୁରର ଡିଷ୍ଟ୍ରିକ୍ଟ ସେଂଟରରେ ଏହାର ନୂଆ ଷ୍ଟୋରର ଶୁଭ ଉଦଘାଟନ କରାଯାଇଛି । ଝାରପଡ଼ା ଷ୍ଟୋର ପରେ ଏହା ହେଉଛି କ୍ୱିକ୍ୱାଶର ଦ୍ୱିତୀୟ ଷ୍ଟୋର । ତ୍ୱରିତ ଓ ଭରସାଯୋଗ୍ୟ ଲଣ୍ଡ୍ରି ସେବାକୁ ଅପେକ୍ଷା କରିଥିବା ସହରବାସୀଙ୍କୁ ବ୍ୟାପକ ପ୍ରକାର ସେବା ପ୍ରଦାନ କରିବାକୁ କଂପାନି ପ୍ରସ୍ତୁତ ହୋଇଛି । ଏହାର ସେବାଗୁଡ଼ିକ ମଧ୍ୟରେ ସାମିଲ ରହିଛି କେଜି ହିସାବରେ ସଫା କରିବା ସେବା, ଷ୍ଟିମ୍ ଆଇରନ, ଜୋତା ଲଣ୍ଡ୍ରି, ସୋଫା, କାର୍ପେଟ୍ ସଫା ଏବଂ ପିକ୍ ଅପ୍ ତଥା ଡେଲିଭରି ।

ଏହି ଅବସରରେ ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନୂଆ ଷ୍ଟୋରର ଉଦଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ଅବସରରେ ଷ୍ଟୋର ମାଲିକ ସ୍ମିତାଞ୍ଜଳୀ ସାହୁ ଏବଂ ମଧୁସ୍ମିତା ରଥ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିଭଳି ଏହି ଅବସରରେ ଯୋଗ ଦେଇଥିବା ଅନ୍ୟ ଅତିଥିଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାଏ ଏବଂ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
