ଗଜପତି ଜିଲ୍ଲା ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ “ବିଶ୍ଵ ଅଣ୍ଡା ଦିବସ” ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସିଡ଼ିଭିଓ ଡ଼ାଃ ଗିରିଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅଣ୍ଡା ଦିବସର ମହତ୍ତ୍ଵ ଏବଂ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପାଦେୟତା ଉପରେ କହିଥିଲେ ।

ଅନ୍ୟପକ୍ଷରେ , ଚାଷୀ ଓ ଏସଏଚଜି: ମହିଳା ମାନେ ଅଣ୍ଡା ଉତ୍ପାଦନ କରି କିଭଳି ଆମମାନଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇ ନିଜେ ଆତ୍ମନିର୍ଭରଶିଳ ହୋଇ ପାରୁଛନ୍ତି ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ ଏବଂ ଭୁବନେଶ୍ଵର ସ୍ଥିତ ଓଡ଼ିଶା ଟିକା ଉତ୍ପାଦନ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଡ଼ାଃ ଦିଗାମ୍ବର ନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସ୍ୱଳ୍ପ ମୂଲ୍ୟରେ ଘରେ ଘରେ କିଭଳି ଅଣ୍ଡାର ବହୁଳ ବ୍ୟବହାର ହେଉଛି ସେ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ୭ଟି ବ୍ଲକର ୭ଟି ଶ୍ରେଷ୍ଠ ଅଣ୍ଡା ଉତ୍ପାଦନ କାରୀ ଗୋଷ୍ଠୀଙ୍କୁ ଜିଲ୍ଲାପାଳ ଏବଂ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମରେ ଡ଼ାଃ ବିରେନ୍ଦ୍ର ପଣ୍ଡା ପାୱାର ପଏଣ୍ଟ ମାଧ୍ୟମରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦର୍ଶନ କରାଇ ବୁଝାଇ ଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମୋହନା ଏମଭିୟୂ ର ସହକାରୀ ପ୍ରାଣୀ ଚିକିତ୍ସକ ଡ଼ାଃ ରଶ୍ମିତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । କାଶୀନଗର ଏମଭିୟୁ ସହକାରୀ ପ୍ରାଣୀ ଚିକିତ୍ସକ ଡ଼ାଃ ଲିପିଲେଖା ସ୍ୱାଇଁ ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଡ଼ାଃ ଅଭିଜିତ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଏବଂ ରାୟଗଡ଼ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଶାନ୍ତ କୁମାର ସାମଲ ଏବଂ ଚନ୍ଦ୍ରଗିରି ଏମଭିୟୁ: ସହକାରୀ ପ୍ରାଣୀ ଚିକିତ୍ସକ ଡ଼ାଃ ସଂଜ୍ଞା ଶତରୁପା ଷଡ଼ଙ୍ଗୀ ପ୍ରମୁଖସହଯୋଗ କରିଥିଲେ ଏହିକାର୍ଯ୍ୟକ୍ରମରେଅନ୍ୟମାନଙ୍କ ମଧ୍ୟରେ ଏସଡିଭିଓ: ଡ଼ାଃ ରମାକାନ୍ତ ରଣା ,

ଏଡିଭିଓ : ଡ଼ାଃ ନାରାୟଣ ମହାପାତ୍ର , ଏଡିଭିଓ: ଡ଼ାଃ ଶ୍ରୀକାନ୍ତ ଖଟୁଆ , ଏଡ଼ିଭିଓ: ଡ଼ାଃ ତରଣେନ୍ଦୁ ପାତ୍ର , ଉପ ନିର୍ଦ୍ଦେଶକ ଡ଼ାଃ ବିଦ୍ୟୁତ୍ ଶେଖର ପଣ୍ଡା ଜିଲ୍ଲାର ସମସ୍ତ ୭ଟି ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ (ବିଭିଓ) ଏବଂ ସହକାରୀ ପ୍ରାଣୀଚିକିତ୍ସକ( ଭିଏଏସ) , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ବେହେରା , ଜିଲ୍ଲା ଉଦ୍ୟାନ ବିଭାଗ ଡିଡିଏଚ: ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଜିଲ୍ଲା ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ସମସ୍ତ ବ୍ଲକ ଅଞ୍ଚଳରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କୁକୁଡ଼ା ଚାଷୀ ତଥା ଅଣ୍ଡା ଉତ୍ପାଦନକାରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ

Exit mobile version