ଓଡ଼ିଶା ବିଧାନସଭାରେ ଭିଡ଼ିଓ କନ୍‌ଫରେନ୍ସିଂ ପ୍ରକୋଷ୍ଠ ଉଦ୍‌ଘାଟିତ – ଭୁବନେଶ୍ୱର

ଓଡିଶା ତାଜା ନ୍ୟୁଜ୍‌ (୩୦ ମଇ, ଶନିବାର ) ବିଧାନସଭା : – ଭୁବନେଶ୍ୱର, ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାର ୫୯ ନଞ୍ଚର ପ୍ରକୋଷ୍ଠରେ ଭିଡ଼ିଓ କନ୍‌ଫରେନ୍ସିଂ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ର ବୈଷୟିକ ପରାମର୍ଶେ ଭାରତ ସଂଚାର ନିଗମ ଲିଃ ଦ୍ୱାରା ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରାଯାଇଛି ।

ପ୍ରଥମ କରି ଏହି ବ୍ୟବସ୍ଥା ବିଧାନସଭାରେ କାର୍ଯ୍ୟକାରୀ ହେବା ଫଳରେ ବିଧାନସଭାର ବାଚସ୍ପତି/ଉପବାଚସ୍ପତି/ ବିଧାନସଭାର ବିଭିନ୍ନ କମିଟି/ସବ୍‌କମିଟି ସିଧାସଳଖ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧାକାରୀମାନ ଙ୍କ ସହିତ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲେଚନା କରିପାରିବେ । ପରବର୍ତ୍ତୀ ସମୟରେ ସଂସଦ ଓ ବିଭିନ୍ନ ରାଜ୍ୟର ବିଧାନସଭା ସହିତ ମଧ୍ୟ ଆଲୋଚନା ସମ୍ଭବ ହୋଇ ପାରିବ ।

ଏହି ଉଦ୍‌ଘାଟନବେଳେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାୟୀ, ବିଧାନସଭାର ଉପସଚିବ ଶ୍ରୀ ଡୁଙ୍ଗଡୁଙ୍ଗ ମଟରାଜ ପ୍ରମୁଖ ଉପସ୍ଥିତଥିଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version