ନୟାଗଡ ପାଇଁ ଗର୍ବ : ୧୭ ତମ ସର୍ବ ଭାରତୀୟ ଆଇପିଏସସି ସୁଟିଂ ଚାମ୍ପିୟାନ ସିପରେ ସୁଟିଂ ଟିମର କ୍ୟାପଟେନ

ଯୁବରାଜ ଉଦୟାଦିତ୍ୟ କିଶୋର ମାନ୍ଧାତା ନୟାଗଡ ପାଇଁ ଗର୍ବ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) ନୟାଗଡ:- ନୟାଗଡ ନୂଆ ରାଜବାଟୀ ସ୍ଥିତ ରାଜ ପରିବାରର ଯୁବରାଜ ଉଦୟାଦିତ୍ୟ କିଶୋର ମାନ୍ଧାତା ନୟାଗଡ ପାଇଁ ଗର୍ବ ଆଣିଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ନୂଆ ରାଜବାଟୀ ରାଜ ପରିବାରର ଯୁବରାଜ ରାଇପୁର ସ୍ଥିତ ରାଜକୁମାର କଲେଜର ଯଶପୁର ହଲରେ ଅନୁଷ୍ଠିତ

୧୭ ତମ ସର୍ବ ଭାରତୀୟ ଆଇପିଏସସି ସୁଟିଂ ଚାମ୍ପିୟାନ ସିପରେ ସୁଟିଂ ଟିମର କ୍ୟାପଟେନ ଭାବେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତି ଯୋଗୀଙ୍କୁ ସୁନ୍ଦର ଖେଳ ଏବଂ ବନ୍ଧୁତ୍ୱ ଉପରେ ଶପଥ ପାଠ କରାଇଛନ୍ତି | ଏଥିପାଇଁ ସମଗ୍ର ନୟାଗଡରେ ଆନନ୍ଦ ଖେଳି ଯାଇଥିବା ବେଳେ ନୂଆରାଜ ବାଟି ସ୍ଥିତ ରାଜ ପରିବାରକୁ ପ୍ରଂଶସା ସହ ଅଭିନନ୍ଦନର ସୁଅ ଛୁଟିଛି

Exit mobile version