ନୟାଗଡରେ ବିଶ୍ୱ ଅଣ୍ଡା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) ନୟାଗଡ଼ :- ନୟାଗଡ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ଗୃହରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇ ଯାଇଛି | ସିଡିଭିଓ ଡା ସତ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ଡ଼ ପୋମା ଟୁଡୁ, ମୁଖ୍ୟ ବକ୍ତାଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଅନ୍ୟତମ ଅତିଥି ଭାବେ ଲିଡ଼ ବ୍ୟାଙ୍କ ମ୍ୟାନେଜର ଶଶୀ ଶେଖର ପଟ୍ଟନାୟକ,

କୃଷି ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଅନିଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଅଣ୍ଡା କ୍ଷେତ୍ରରେ ଅଭାବୀ ରାଜ୍ୟ ଓଡିଶା କିଭଳି ଆଜି ଅଣ୍ଡା ରପ୍ତାନି କେନ୍ଦ୍ର ଭାବେ ପରିଗଣିତ ହେଉଛି ଆଉ ସେଥିରେ ନୟାଗଡ ଜିଲ୍ଲାର ଉଲ୍ଲେଖନୀୟ ଅବଦାନ ରହିଛି ତାର ଅବତାରଣା କରିବା ସହ ଏଥିପାଇଁ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର କାର୍ଯ୍ୟ ଧାରାର ପ୍ରଂଶସା କରିଥିଲେ | ଏଥିରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅଣ୍ଡା ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ଡ଼ ପ୍ରତାପ ପ୍ରଧାନ ମଞ୍ଚ ପରି ଚାଳନା କରିଥିବା ବେଳେ ଡ଼ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ, କର୍ମଚାରୀଙ୍କ ସମେତ ବହୁ ଅଣ୍ଡା ଚାଷୀ ଉପସ୍ଥିତ ଥିଲେ |

Exit mobile version