ତୃତୀୟ ଦିବସରେ ପହଞ୍ଚିଲା  ଜିଲ୍ଲା ସ୍ତରୀୟ ଅନ୍ତଃବିଦ୍ୟଳୟ ୧୭ ବର୍ଷରୁ କମ୍ ବୟସର ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) ପାରଳାଖେମୁଣ୍ଡି :- ତୃତୀୟ ଦିବସ ରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଚାଲୁରହିଛି ହୋଯାଇଅଛି ।ଦ୍ୱତୀୟ ଦିବସର ପ୍ରଥମ ପ୍ରଯ୍ୟାୟ ରେ ଆର. ଉଦୟଗିରି ଓ ନୂଆଗଡ ବ୍ଲକର ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ଆର. ଉଦୟଗିରି ବାଳିକା ଟିମ ୧/୦ ରେ ବିଜେତା ହୋଇଛନ୍ତି, ଦ୍ୱିତୀୟ ପ୍ରଯ୍ୟାୟ ରେ କାଶୀନଗର ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା କିନ୍ତୁ ପ୍ରଥମେ ୧/୧ ଯୋଗୁ ମୀମାଂସା ହୋଇପାରିନଥିଲା ପରେ ୩/୦ ପେନାଲଟି ସୁଇଟ ଓଉଟ ରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ କୃତତାକାର୍ଯ୍ୟ ହୋଇଥିଲା ଏହି ଦ୍ୱତୀୟ ଦିବସରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର, କାର୍ଯୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ

ଆଜିର ତୃତୀୟ ଦିବସରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରଥମ ପ୍ରଯ୍ୟାୟ ରେ ନୂଆଗଡ ଓ ଗୁମ୍ମା ବାଳକ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ୫/୦ ରେ ଗୁମ୍ମା ଟିମ ବିଜୟୀ ହୋଇଥିଲା ଦ୍ୱିତୀୟ ପ୍ରଯ୍ୟାୟ ରେ ଗୁମ୍ମା ଓ ମୋହନା ମାଧ୍ୟ୍ୟରେ ପ୍ରତିଯୋଗିତା ହୋଇ ଥିଲା ।ଆଜିର ଦିବସରେ ପାରଳାଖେମୁଣ୍ଡି ପୌର ପାଳିକା ଅଧକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତବରଡ଼ା ଉନ୍ନୀତ ଉଚ୍ଚ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ଏମ. ଏମ. ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ, ଆଇ. ପି ସୁରେନ୍ଦ୍ର ପାତ୍ର ଅମୁଲ୍ୟ ପାଣିଗ୍ରାହୀ, ଦିଲୀପ କୁମାର ବାଗସିଂ, ଲିଙ୍ଗ ରାଜ ସାହୁ, ଧିରେନ କୁମାର ସାମଲ, କାଳିଆ ପ୍ରଧାନ, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ ଫାଷ୍ଟ ଏଇଡ ବ୍ୟବସ୍ଥା କରିଥିଲେ ।

Exit mobile version