ବାବା ହରେକୃଷ୍ଣ ସେଠୀ ଧାମନଗର ବିଧାନସଭାର କଂଗ୍ରେସ ବିଧାୟକ ପ୍ରାର୍ଥି ରୂପେ ପ୍ରାର୍ଥିପତ୍ର ଦାଖଲ କଲେ

ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ଧାମନଗର ବିଧାନସଭା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥି ଶ୍ରୀ ବାବା ହରେକୃଷ୍ଣ ସେଠୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ପ୍ରାର୍ଥି ଶ୍ରୀଯୁକ୍ତ ସେଠୀ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ,

ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ସହିତ ଏକ ବିଶାଳ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧାମନଗର ନିର୍ବାଚନ ଅଧିକାରୀଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି । ଆଜିର ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁମିତା ସେଠୀ, ଅଭିଷେକ ରାଉତ, ନଳିନୀ ମହାନ୍ତି,

ନରେନ ପଲେଇ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ବାଲେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ସଂଜୀବ ଗିରି, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ସଂଖ୍ୟାଲଘୁ ବିଭାଗ ବିଭାଗ ଅଧ୍ୟକ୍ଷ ଜିଆଉଲ ହକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଲୋକନାଥ ମହାରଥି, ଗଣମାଧ୍ୟମ ସଂଯୋଜକ,

ଦୀପକ କୁମାର ମହାପାତ୍ର, ମନୋଜ ସାହ, ଦେବାଶିଷ ଭୂୟାଁ, ମିହିର ଆଚାର୍ଯ୍ୟ, ନଳିନୀ ନାୟକ (ସାନ) ସୁବାଷ ଚନ୍ଦ୍ର ପ୍ରଧାନ, ସାରଦା ନାୟକ, ପଦ୍ମାକର ଗୁରୁ, ଜିନେଶ ଦାଶ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ତରୁଣ ମିଶ୍ର, ଲଲାଟେନ୍ଦୁ ଦାଶ, ନିରଞ୍ଜନ ନାୟକ ସମେତ ରାଜ୍ୟ ଏବଂ ଜିଲ୍ଲାର ଯୁବ, ଛାତ୍ର, ମହିଳା, ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ହଜାର ହଜାର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ ।

Exit mobile version