ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ୬-୦ ଗୋଲ୍ ରେ ନୂଆଗାଁକୁ ହରାଇଲା ରଣପୁର ବ୍ଳକ

ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ

ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) ନୟାଗଡ଼ :- ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ନୂଆଗାଁ ବ୍ଲକ କୁ ୨-୦ ଗୋଲ୍ ରେ ପରାସ୍ତ କରିଥିଲେ ରଣପୁର ବ୍ଳକ ।

 

ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା କ୍ରୀଡ଼ା ସଂପାଦକ ଅଶେଷ କୁମାର ଦାଶ ମୁଖ୍ୟଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭିବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଯୋଗଦେଇଥିଲେ ।

ନୟାଗଡ଼ର ଶାରୀରିକ ଶିକ୍ଷା ନିରିକ୍ଷକ ପ୍ରକାଶ ଚରଣ ଶାନ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଖେଳର ଉଦଘୋଷକ ଭାବେ ବିଶିଷ୍ଟ ଫୁଟବଲ ଖେଳାଳୀ ଅମିୟ ମୋହନ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

ଖେଳ ପରିଚାଳନାରେ ସହଯୋଗ କରିଥିଲେ କ୍ରିଡା ଶିକ୍ଷକ ଉମାକାନ୍ତ ମିଶ୍ର, ପ୍ରଦୀପ୍ତ ଚିତ୍ତରଞ୍ଜନ ସାହୁ, ସ୍ମୃତିରଂଜନ ରାୟ, ନୃସିଂହ ଚରଣ ଜେନା । ଶେଷରେ ୬-୦ ଗୋଲ୍ ରେ ବିଜୟୀ ହୋଇଥିଲା ରଣପୁର ବ୍ଳକ । ଆଜିର ଖେଳରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ରଣପୁର ବ୍ଳକର ଆଶୁତୋଷ ସାହୁଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ମୁଖ୍ୟଅତିଥି ସମ୍ମାନିତ କରିଥିଲେ ।

ଆଜିର ଖେଳ ପରିଚାଳନା ଗଙ୍ଗାଧର ସେଠୀ କରିଥିବା ବେଳେ ସହଯୋଗ କରିଥିଲେ ରବୀନ୍ଦ୍ର ନାଥ ନାୟକ, ଧନେଶ୍ଵର ଗିଧି,ବିଶ୍ୱରଂଜନ ସାହୁ । ନୟାଗଡର ୮ ଟି ବ୍ଲକ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆନ୍ତଃବିଦ୍ୟାନଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲମ୍ୟାଚ ଆସନ୍ତା ୧୭ ତାରିଖ ଦିନ ଅନୁଷ୍ଠିତ ହେବ ।

Exit mobile version