ଷ୍ଟାର୍ଟଅପ୍ ଓଡ଼ିଶା ହେଉଛି ଜାଇଟେକ୍ସ ଗ୍ଲୋବାଲ ୨୦୨୨ର ପାର୍ଟିସିପେଟିଙ୍ଗ ପାର୍ଟନର
ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଓମକାର ରାୟଙ୍କ ନେତୃତ୍ୱରେ ଓଡ଼ିଶାର ୨୦ଟି ଟେକ୍ ଷ୍ଟାର୍ଟଅପଙ୍କର ଏକ ପ୍ରତିନିଧି ଦଳ ବିଶ୍ୱର ପ୍ରତିଷ୍ଠିତ ଟେକ୍ ଓ ଷ୍ଟାର୍ଟଅପ ଇଭେଂଟ, ଜାଇଟେକ୍ସ ଗ୍ଲୋବାଲ ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ଦୁବାଇରେ ପହଂଚିଛନ୍ତି । ଏହି ଇଭେଂଟ ଚଳିତ ଅକ୍ଟୋବର ୧୦ ତାରିଖରୁ ଦୁବାଇର ୱାର୍ଲଡ ଟ୍ରେଡ ସେଂଟର ଠାରେ ଆୟୋଜିତ ହେଉଛି । ଏହି ବିଶ୍ୱସ୍ତରୀୟ ଇଭେଂଟରେ ଓଡ଼ିଶା ସରାକରଙ୍କ ଷ୍ଟାର୍ଟଅପ ଓଡ଼ିଶା ଏକ ପାର୍ଟିସିପେଟିଙ୍ଗ ପାର୍ଟନର ଭାବେ ଅଂଶଗ୍ରହଣ କରିଛି । ଜାଇଟେକ୍ସରେ ଓଡ଼ିଶାର ଏହି ଷ୍ଟାର୍ଟଅପଗୁଡ଼ିକ ନିଜର ଉତ୍ପାଦଗୁଡ଼ିକର ପ୍ରଦର୍ଶନ କରିବା ସହିତ ବିଶ୍ୱ ପ୍ରଯୁକ୍ତି ବଜାରଗୁଡ଼ିକ ସହିତ ଯୋଡ଼ି ହେବେ ।

ଏଡ୍ଟେକ, ଏନଏଫ୍ଟି, ଏଂଟରପ୍ରାଇଜ ଟେକ୍, ଆଇଓଟି(ଇଂଟରନେଟ ଅଫ୍ ଥିଙ୍ଗ୍ସ), ସ୍ୱାସ୍ଥ୍ୟ ଟେକ୍ନୋଲୋଜି, ଇକମର୍ସ, ବୈଦ୍ୟୁତିକ ଯାନ, ଫିନ୍ଟେକ, ରୋବୋଟିକ୍ସ, ଏଆଇ/ଏମ୍ଏଲ ଏବଂ କଞ୍ଜ୍ୟୁମର ଟେକ୍ ଭଳି କ୍ଷେତ୍ରରୁ ଆସିଥିବା ଓଡ଼ିଶା ଭିତିକ ଷ୍ଟାର୍ଟଅପଗୁଡ଼ିକ ‘ନର୍ଥ ଷ୍ଟାର ୨୦୨୨’ରେ ଯୋଗ ଦେବା ପାଇଁ ସେଠାରେ ଉପସ୍ଥିତ ରହିଛନ୍ତି, ଯାହାକି ଜାଇଟେକ୍ସ ଗ୍ଲୋବାଲ ୨୦୨୨ର ଏକ ଅଂଶ । ଏହି ପ୍ରତିନିଧି ଦଳ ତାଜ ଦୁବାଇ, ବିଜନେସ ଡେ ୟୁଏଇରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ ଷ୍ଟାର୍ଟଅପ୍ କନଫ୍ଲୁଏନ୍ସ ୨୦୨୨’ରେ ମଧ୍ୟ ଯୋଗ ଦେବ । ଏହି ବୈଠକ ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକୁ, ୟୁଏଇର ଷ୍ଟାର୍ଟଅପ୍ ଏବଂ ମଧ୍ୟ ପୂର୍ବ-ଆଧାରିତ ବୃହତ ଇକୋସିଷ୍ଟମ ଷ୍ଟେକହୋଲଡରଙ୍କ ସହ ଯୋଡ଼ି ହେବା ଲାଗି ଏକ ସୁଯୋଗ ପ୍ରଦାନ କରୁଛି ।
