ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଫ୍ରେଞ୍ଚ ପ୍ରତିନିଧି ମଣ୍ଡଳଙ୍କ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ.ଏସ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୋଲକାତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର ତାଲପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଫ୍ରେଞ୍ଚ ଭାଷା ଶିକ୍ଷା ନିମନ୍ତେ ଗଣଶିକ୍ଷା ସଚିବଙ୍କ ସହିତ ଆଲୋଚନା କରିଥିଲେ । ଫ୍ରେଞ୍ଚ ଭାଷାର ଶିକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଫ୍ରେଞ୍ଚ ଡେଲିଗେସନ ସୂଚନା ପ୍ରଦାନ କରିବା ସହ ରାଜସ୍ଥାନ ଓ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ଫ୍ରେଞ୍ଚ ଭାଷା ଶିକ୍ଷାର ପ୍ରସାର ପାଇଁ ସେମାନେ ମତବ୍ୟକ୍ତ କରିଥିଲେ ।

ବିଭାଗୀୟ ସଚିବ ଫ୍ରେଞ୍ଚ ଭାଷା ଶିକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସ୍ତରରେ ବିସ୍ତୃତ ଆଲୋଚନା କରି ପରବର୍ତ୍ତୀ ସମୟରେ ଅବଗତ କରାଯିବ ବୋଲି ଫ୍ରେଞ୍ଚ ଡେଲିଗେସନମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଫ୍ରେଞ୍ଚ ଡେଲିଗେସନରେ ଆସିଥିବା ଏମାନୁଏଲ୍‌ ଲେବ୍ରୁନ୍‌- ଡାମିଏନ୍‌ସ, ଫାତିହା କାମୋସି, ଆଲିଶଗନି ଓ ଅଞ୍ଜିତା ରାୟଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Exit mobile version