କାଶୀନଗର ବ୍ଲକ ରାଣିପେଣ୍ଠ ଗ୍ରାମ ସ୍ଥିତ ନିୟତି ମାନସିକ ସେବା କେନ୍ଦ୍ର ଠାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାଣିପେଣ୍ଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଣିପେଣ୍ଠ ଗ୍ରାମ ସ୍ଥିତ ନିୟତି ମାନସିକ ସେବା କେନ୍ଦ୍ର ଠାରେ ଆଡମ୍ବର ସହକାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ ହେଇଯାଇଛି । ମାନସିକ ଅନଗ୍ରସରତା ଏକ ରୋଗ ନୁହେଁ ବରଂ ଏକ ମଣିଷର ଅନିଚ୍ଛାକୃତ ଅବସ୍ଥା ମାତ୍ର , ଏହାର ତତ୍କାଳୀନ ସେବା ଏବଂ ତାଲିମ୍ ଉକ୍ତ ଭିନ୍ନକ୍ଷମଙ୍କୁ ବିଳମ୍ବରେ ଉପଶମ କରିଥାଏ ବୋଲି ଉପସ୍ଥିତ ବୁଦ୍ଧିଜୀବୀ, ଭୌତିକ ଚିକିତ୍ସକ ପ୍ରଭୃତି ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ । ନିୟତି ର ସଂସ୍ଥାପକ ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ ଅଭିଭାବକ ସଚେତନତା କର୍ମଶାଳା କୁ ପରିଚାଳନା କରିଥିଲେ । ଡ଼ାକ୍ତର ଅରୁଣ ନାୟକ, ଶିଶୁ କଲ୍ୟାଣ ଅଧିକାରୀ ଅଳକା ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ସମାଜସେବୀ ଭାଗବତ ପାଢ଼ୀ, ସେବାନିବୃତ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢ଼ୀ, ୟୁ ଟେକ୍ ପରିଚାଳକ ଲୋକନାଥ ମିଶ୍ର, ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ମଞ୍ଚାସିନ ଥିଲେ ଏବଂ ଏହି ଅଭିଭାବକ କର୍ମଶାଳାକୁ ପଣ୍ଡିତ ନରସିଂହ ଗୌଡ, ତ୍ରିପତି ପ୍ରସାଦ ପଣ୍ଡା, ଶାଶ୍ଵତୀ ବେବର୍ତ୍ତା, ଜୟାମା, ପୂର୍ଣ୍ଣବାସୀ ନାୟକ ପରିଚାଳନା କରିଥିଲେ । ସୂର୍ଯ୍ୟନାରାୟଣ ପଟନାୟକ ଧନ୍ୟବାଦ ଜଣାଇଥିଲେ ।

Exit mobile version