Home ଓଡ଼ିଶା ଦିଲ୍ଲୀରେ ଇଞ୍ଜିନିୟର ୰ ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ନୂଆଦିଲ୍ଲୀ :- ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ଶୋକସଭାରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ପାତ୍ରଙ୍କର ଅଭୁଲା ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବରେଣ୍ୟ ବକ୍ତାମାନେ ବହୁବିଧ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ଥିବା ଶ୍ରୀ ପାତ୍ରଙ୍କର ଅକାଳ ବିୟୋଗ ଯୋଗୁଁ ମର୍ମାହତ ବ୍ୟକ୍ତ କରିବା ସହିତ, ତାଙ୍କର ପରିବାର ଓ ପରିଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ପରଲୋକଗତ ଶ୍ରୀ ପାତ୍ର ଜଣେ ପାରଦର୍ଶୀ ସଫ୍ଟୱେୟାର ଯନ୍ତ୍ରୀ ଭାବେ ବୈଷୟିକ ଜଗତରେ ବେଶ ସୁନାମ ଅର୍ଜନ କରିବା ସାଙ୍ଗକୁ ଜଣେ ଦକ୍ଷ ସଂଗଠକ, ଦରଦୀ ବନ୍ଧୁ, ପରୋପକାରୀ, ମେଳାପି, ସତ୍ୟନିଷ୍ଠ, ସ୍ନେହୀ ଏବଂ ସରଳ ମଣିଷ ଭାବରେ ପ୍ରବାସୀ ଓଡ଼ିଆଙ୍କ ମହଲରେ ଖୁବ ପ୍ରଶଂସା ଭାଜନ ହେବା ସହିତ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ବିଶେଷ କରି ତାଙ୍କର ପତ୍ନୀ ଏବଂ ପ୍ରସିଦ୍ଧ ନାରୀନେତ୍ରୀ ରୀତା ପାତ୍ରଙ୍କୁ ବିଜୟିନୀ ଫାଉଣ୍ଡେସନ ପ୍ରତିଷ୍ଠା କରିବା ତଥା ଏହା ଦ୍ବାରା ବିଭିନ୍ନ ଜନହୀତକର ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ପାତ୍ର ବ୍ୟାପକ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଆସୁଥିଲେ ବୋଲି ସେମାନେ ସୂଚାଇ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଗ୍ରାମନିବାସୀ ପିତା ନୃସିଂହ ଚରଣ ପାତ୍ର ଏବଂ ମାତା ଶାନ୍ତିଲତା ପାତ୍ରଙ୍କର କନିଷ୍ଠ ପୁତ୍ର ସ୍ବର୍ଗତଃ ପାତ୍ର, ତାଙ୍କର ଏକମାତ୍ର ପୁତ୍ର ଏବଂ ଏକାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ର ଆଦିତ୍ୟଙ୍କୁ ଛାଡ଼ି ଯାଇଛନ୍ତି। ଶ୍ରଦ୍ଧାଞ୍ଜଳି ସଭାରେ ସୁନାମଧନ୍ୟ ସଙ୍ଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ ଏବଂ ଲୋକପ୍ରିୟ ଗାୟିକା ସ୍ବପ୍ନାରାଣୀ ରାଉତ ଭକ୍ତି ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ବାଦ୍ୟଯନ୍ତ୍ରରେ ସୁବୋଧ ପାଢ଼ୀ, ସୁରେଶ ଭଟ୍ଟ, ସତୀଶ କୁମାର ପ୍ରମୁଖ ସହଯୋଗ କରିଥିଲେ। ସୁଦକ୍ଷ ଉଦଘୋଷିକା ଇପ୍ସା ପ୍ରତିବିମ୍ୱିତା ଷଡ଼ଙ୍ଗୀ ସଭାକାର୍ଯ୍ୟ ସୁଚାରୁ ରୂପେ ସଂଚାଳନା କରିଥିଲେ। ସ୍ୱର୍ଗତଃ ପାତ୍ରଙ୍କର ବଡ଼ ଭାଇ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ଆୟୋଜନକୁ ଲକ୍ଷ୍ମଣ ନାଥ ଓ ମୀନକେତନ ସାମଲ ସୁପରିଚାଳନା କରିଥିଲେ। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗୋକୁଳ ପଟ୍ଟନାୟକ, ଅମରେନ୍ଦ୍ର ଖଟ୍ଟୁଆ, ଦେବେନ୍ଦ୍ର ମାଝୀ, ଦୀପକ ରଥ, ଡଃ ଅଶୋକ ଚୌଧୁରୀ, ଡଃ ପବନ ଗୁପ୍ତା, ବିରଜା ମହାପାତ୍ର, ପ୍ରଫେସର ସତ୍ୟ ଦାସ, ସୁନୀଲ ଭୂୟାଁ, ଗୋବର୍ଦ୍ଧନ ଧଳ, ନିର୍ମଳ ପଟ୍ଟନାୟକ, ଅକ୍ଷୟ ସାମଲ, ସୁଧାଂଶୁ ପାଢ଼ୀ, ଅକ୍ଷୟ ଓଝା, ସଞ୍ଜୟ ଦାସ, ଦେବରାଜ ମହାନ୍ତି, ସୁଜିତ ବିଶ୍ଵାଳ, ଅନିଲ ଜେନା, ଅନିଲ ସାହୁ, ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ, ଆଶିଷ ଶ୍ରୀବାସ୍ତବ, ପ୍ରିତମ ନାୟକ, ସଂଗ୍ରାମ ପାଢ଼ୀ, ବାସୁଦେବ ନାୟକ, ଗଜେନ୍ଦ୍ର ସାହୁ, ସୁଶାନ୍ତ ଚାନ୍ଦ, ଜ୍ଞାନ ନାୟକ, ବିଶିକେସନ ଶ, ପ୍ରଦୁମ୍ନ କୁମାର ପଲାଇ, ସନ୍ତୋଷ ରାଉତ, ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ପ୍ରତିମା ଶର୍ମା, ଡଃ ସୁଜାତା ପଣ୍ଡା, ପୁଷ୍ପାଞ୍ଜଳୀ ବାରିକ, ଜ୍ଞାନରଞ୍ଜନ ଜେନା, ସରିତା ମହାପାତ୍ର, ମଧୁ ଦାସ ଏବଂ ମନ୍ଦିର ପରିଚାଳକ ଅଶ୍ଵିନୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । Categories: ଓଡ଼ିଶା, ଦେଶ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026