ଅନ୍ତର୍ଜାତୀୟ ସ୍ତରରେ Inter parliamentary Union – IPU ନିର୍ବାଚନରେ ବିଜୟୀ ହେଲେ : ଭାରତର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ଭୁବନେଶ୍ୱର :- ଅନ୍ତର୍ଜାତୀୟ ସ୍ତରରେ Inter parliamentary Union -IPU ନିର୍ବାଚନରେ ବିଜୟୀ ହେଲେ ଭାରତର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ l ପ୍ରଧାନମନ୍ତ୍ରୀ Narendra Modi ଆମ ଅପରାଜିତାଙ୍କୁ ପ୍ରାଥୀ ଭାବେ ଚୟନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ l ଦୁଇ ଦଶନ୍ଧି ପରେ ଭାରତ ଏହି ବିଶ୍ଵାସ୍ତରୀୟ ପଦବୀରେ ପୁଣି ସ୍ଥାନିତ ହୋଇଛି ସମଗ୍ର ଭାରତ ବାସୀ ଏବଂ ସାଢେ ଚାରିକୋଟି ଓଡିଶା ବାସୀଙ୍କ ପାଇଁ ଏହା ଗର୍ବ ଏବଂ ଗୌରବର ବିଷୟ l

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା Inter Parliamentary Union ର Executive Committee ରେ ନିର୍ବାଚିତ ହେବା ପରେ ଏହାକୁ ଭାରତର ବିଜୟ ବୋଲି କହିବା ସହ ପ୍ରଦାନମନ୍ତ୍ରୀ Narendra Modi ସ୍ପିକର Om Birla ମହୋଦୟଙ୍କୁ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭକ୍ତି ନିବେଦନ କରିଛନ୍ତି l ଓଡିଶାବାସୀଙ୍କ ବିନା କୌଣସି ବିଷୟ ସମ୍ଭବ ନୁହେଁ ବୋଲି ସାଂସଦ ଅପରାଜିତା କହିଛନ୍ତି l ଓଡିଶା ବାସୀଙ୍କ ଉପସ୍ଥିତି ସ୍ପଷ୍ଟ ଅନୁଭୂତ ବୋଲି ଭାବ ବ୍ୟକ୍ତ କରିଛନ୍ତି l

Details For Information :-

୧-ଭାରତର ହେଲା ବୃହତ ବିଜୟ !
୨- ଅନ୍ତର୍ଜାତୀୟ ନିର୍ବାଚନରେ ଭାରତର ପ୍ରାର୍ଥୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ତୃତୀୟାଂଶ ଭୋଟରେ ବିଜୟୀ ହେଲେ I
୩-ଅନ୍ତର୍ଜାତୀୟ ଅନୁଷ୍ଠାନ Inter Parliamentary Union ( IPU ) ରେ ୧୭୮ ଦେଶ ଅଂଶଗ୍ରହଣ କରନ୍ତି I
୪-ଏହି ଅନୁଷ୍ଠାନ ୧୮୮୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା I
୫- ଏହି ଅନ୍ତର୍ଜାତୀୟ ସମିତି ପରିଚାଳନା ପାଇଁ ୧୫ ଜଣିଆ ପରିଚାଳନା ସମିତି ( Executive Committee ) କାର୍ଯ୍ୟକାରୀ ଥାଏ I ଏ ମଧ୍ୟରୁ ଗୋଟିଏ ପଦ ଖାଲି ହେବାରୁ ରିକ୍ତ ସ୍ଥାନ ପୁରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I

୬- ଆଜକୁ ଦୁଇ ଦଶନ୍ଧି ପୂର୍ବରୁ ୨୦୦୨ ମସିହା ପୂର୍ବରୁ ଶ୍ରୀମତୀ ନଜମା ହେପତୁଲା ଏହି ସମିତି ସଦସ୍ୟ ଥିଲେ I ବିଗତ ୨୦ ବର୍ଷ ହେବ ଏହି ସମିତିରେ ଭାରତର କେହି ପ୍ରତିନିଧି ନଥିଲେ I
୭- ପ୍ରଧାନମନ୍ତ୍ରୀ ନ୍ତରେନ୍ଦ୍ର ମୋଦି ଭାରତର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟI ଙ୍କୁ ଚୟନ କରିଥିଲେ I
୮-କେବଳ ଗୋଟିଏ ସ୍ଥାନ ପାଇଁ ହେଉଥିବା ନିର୍ବାଚନରେ ଦୁଇ ତୃତୀୟାଂଶ ଭୋଟ ସହ ଭାରତର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏହି ଐତିହାସିକ ବିଜୟ ହାସଲ କରିଥିଲେ I
୯- ଏହି ଅବସରରେ ଆଫ୍ରିକା ସ୍ଥିତ ରଵାଣ୍ଡା କିଗାଲୀ ଗସ୍ତରେ ଥିବା ଭାରତୀୟ ପ୍ରତିନିଧି ଦଳ Team India ଖୁସି ମନାଇଛନ୍ତି I
୧୦- ସ୍ପିକର ଶ୍ରୀ ଓମ ବିର୍ଲା ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଛନ୍ତି I ଦେଶ ବ୍ୟାପି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

୧୧- ଏହା ସମଗ୍ର ଭାରତ ବାସି ଏବଂ ସାଢେ ଚାରି କୋଟି ଓଡ଼ିଆ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ I
୧୨- ସାଂସଦ ଅପରାଜିତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶେଷ ଅଶେଷ ଧନ୍ୟବାଦ I
୧୩-ନିର୍ବାଚନ ବିଜୟୀ ହେବା ପରେ ସମର୍ଥନ କରିଥିବା ଦେଶଙ୍କୁ ଧନ୍ୟବାଦ ଦେବା ସହ ବିରୋଧ କରିଥିବା ରାଷ୍ଟ୍ରମାନଙ୍କୁ ମଧ୍ୟ ସମସ୍ତ ସହଯୋଗ ପ୍ରତିଶ୍ରୁତି ଦେଇ ଭାରତ ମାତାର ମୂଳ ବିଚାର “ବସୁଧୈବ କୁଟୁମ୍ବକମ୍ ” କୁ ସ୍ପଷ୍ଟ କରିଥିଲେ l
୧୪-ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହାକୁ ଭାରତର ବିଜୟ ବୋଲି ଉଲ୍ଲେଖ କରିଛନ୍ତି I

Exit mobile version