ମୋହନା ମୁଖ୍ୟ ରାସ୍ତାରେ ଥିବାପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମ୍ କୁ ଯିବା ରାସ୍ତା ଅବରୋଧ

ଓଡ଼ିଶା ତାଜା ନ୍ୟୁଜ (୧୦ଅକ୍ଟୋବର,ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ହେଉଛି ଓଡିଶାର ଦ୍ଵିତୀୟ ବୃହତମ ବ୍ଲକଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଅଟେ l ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ମୋହନା ସହରକୁ ବିଭିନ୍ନ ପଞ୍ଚାୟତରୁ ଶହ ଶହ ଲୋକ ଆସିଥାନ୍ତି। ବାହାର ଜିଲ୍ଲାର ଲୋକ ମାନେ ମଧ୍ୟ ମୋହନା ଉପରେ ନିର୍ଭର କରିଥାନ୍ତି l ବିଭିନ୍ନ ସରକାରୀ କାମ, ବ୍ୟାଙ୍କ କାମ , ସଉଦା , ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୀ ବଟା ଓ ଆସବାବ ପତ୍ର କିଣିବା ପାଇଁ ପ୍ରତିଦିନ ଏହି ସହରରେ ଜନଗହଳି ହୁଏ l

ଏହି ସହରରେ ରହିଛି ୪ଟି ଏଟିଏମ l ତେବେ ପଞ୍ଜାବ ନେସନାଲ ବ୍ୟାଙ୍କ ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଏହି ବ୍ୟାଙ୍କର ଏଟିଏମଟି ଅତି କଦର୍ଯ୍ୟ ଭାବେ ପଡି ରହିଛି। ଭିତରେ ଅସନା ଜମି ରହିଥିବାବେଳେବାହାରେ କାର,ବାଇକ ସାଇକେଲ ଓ ଗୋବର ପଡିରହି ରାସ୍ତା ଅବରୋଧ ହୋଇଛି। ଏହି ଏଟିଏମଟିର କୋଠରୀ ଭଡା ସୂତ୍ରରେ ଚାଲିଛି l

ଏଟିଏମର ଏଭଳି ସମସ୍ୟା ପାଇଁ ଭଡା ଦେଇଥିବା ମାଲିକଙ୍କ ନଜରକୁ ଆସୁନାହିଁ କି ବାରମ୍ବାର ଅଭିଯୋଗ ପରେ ବି ସମ୍ମୁଖରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି l ଯାହାଫଳରେ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି l ଏଟିଏମକୁ ଯିବାକୁ ରାସ୍ତା ବି ନାହିଁ l ଏଣୁ ତୁରନ୍ତ ଏଥିପ୍ରତି ଅଧିକାରୀ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

Exit mobile version