ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଅନ୍ତପୁରଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ – ଜଗତସିଂହପୁର

ଓଡିଶା ତାଜା ନ୍ୟୁଜ୍‌ (୨୯ମେ ୨୦୨୦ ଶୁକ୍ରବାର) ଭୁବନେଶ୍ୱର : – ଭୁବନେଶ୍ୱର ତା-୨୯.୦୫.୨୦ ନବୀନ ପଟ୍ଟନାୟକ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ପୂର୍ତି ଉପଲକ୍ଷେ ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବାଲିକୁଦା ବ୍ଲକ ଜିଲ୍ଲା ପରିଷଦ ୪ ନମ୍ବର ଜୋନ୍‌ର ଅନ୍ତପୁର ଭୂଆଶୁଣୀ ଦୋଳ ମେଲଣ ପଡିଆରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ନିଆରା ଢଙ୍ଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଆଜିର କାର୍ଯ୍ୟକ୍ରମ ହେଉଛି ବିଜୁ ଜନତାଦଳର ଏକ ସାମାଜିକ କାର୍ଯ୍ୟକ୍ରମ । ଦୀର୍ଘ ବର୍ଷ ଧରି ବିଜୁ ଜନତାଦଳ ବିଭିନ୍ନ ସମୟରେ ‘ଜୀବନବିନ୍ଦୁ କାର୍ଯ୍ୟକ୍ରମ’ ସାରା ଓଡିଶାରେ କରିବା ପାଇଁ ଏହି ହାତକୁ ନେଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ଜନତା ଦଳର ଶୁଭେଚ୍ଛୁ ଓ ଯୁବସାଥୀମାନେ ରକ୍ତଦାନ କରି ଅନ୍ୟ ଗୋଟିଏ ମଣିଷ ଜୀବନ ବଂଚାଇବା ପାଇଁ ଚେଷ୍ଟିତ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି । ରକ୍ତଦାନ ଏକ ମହତ ଦାନ, ଯାହାର ଆବଶ୍ୟକତା ସମାଜ ପାଇଁ ରହିଛି । ସେହିପରି ମନୁଷ୍ୟ ବଂଚିବା ପାଇଁ , ସମାଜର କଲ୍ୟାଣ ପାଇଁ ଯାହା ନିତାନ୍ତ ଆବଶ୍ୟକତା ରହିଛି, ସେହିସବୁ ଆବଶ୍ୟକତା ପୂରଣ କରିବା ପାଇଁ ବିଜୁ ଜନତାଦଳ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟକ୍ରମ ଜାରି ରଖିଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ଏବଂ ଏଥିରେ ମାସ୍କ ବ୍ୟବହାର ପୂର୍ବକ ୨୦୦ରୁ ଊର୍ଦ୍ଧ୍ୱ ରକ୍ତଦାତା ରକ୍ତଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସାଦ ଡଃ, ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ, ରାଜ୍ୟ ସଂଯୋଜକ ବିଜୟ ନାୟକ, ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ, ବିଜେଡି ସାଧାରଣ ସଂପାଦକ ଶାରଦା ପ୍ରସାଦ ଜେନା, ବାଲିକୁଦା ପଂଚାୟତ ସମିିତି ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ମାନସ ରଂଜନ ମଲ୍ଲିକ, ସମିତି ସଭ୍ୟ ସୌମ୍ୟ ରଂଜନ ମହାପାତ୍ର, ରମେଶ ଚନ୍ଦ୍ର ପଲେଇ, ସରପଂଚ ମମତା ମଂଜରୀ ହାତୀ,ଯୁବନେତା ସୁକାନ୍ତ କୁମାର ଦାସ, ଆଇନ୍‌ଜୀବୀ ପ୍ରକାଶ ପ୍ରଧାନ , ବାସୁଦେବ ନାୟକ, ଅଜୟ ବିଶ୍ୱାଳ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । କଟକ ଓ ଜଗତସିଂହପୁର ରେଡ୍‌କ୍ରସ୍ ୟୁନିଟ୍ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version