କୋଲକତା ଓ ମୁମ୍ବାଇରୁ ସୁନ୍ଦରୀ ଯୁବତୀଙ୍କୁ ଆଣି ଏହି ବେପାର କରୁଥିଲେ । ତାଙ୍କ ଜାଲରେ ପଡିଥିବା ଜଣ ଜଣ ପ୍ରଭାବଶାଳୀ ନେତା, ଗହଣା ବ୍ୟବସାୟୀ, ବିଲଡର ଏବଂ ସରକାରୀ ଅଧିକାରୀଙ୍କ ଏକାଧିକ ଫଟୋଏବେ ଗଣମାଧ୍ୟମରେ ଘୂରି ବୁଲୁଛି ।
ଓଡ଼ିଶା ତାଜା ନ୍ୟୁଜ (୦୯ ଅକ୍ଟୋବର,ରବିବାର ) ଭୁବନେଶ୍ୱର :- ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫର ୫ ଦିନ ପରେ ଆଜି ପୁଲିସ ମୁହଁ ଖୋଲିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅର୍ଚ୍ଚନାଙ୍କ ବିରୋଧରେ ଗତ ୨ ତାରିଖରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ବ୍ୟକ୍ତିଗତ ଫଟୋକୁ ରଖି ଅର୍ଚ୍ଚନା ବ୍ଲାକମେଲ୍ କରୁଥିବା ତାଙ୍କର ଅଭିଯୋଗ ଥିଲା । ଅର୍ଚ୍ଚନାଙ୍କ ନାଁରେ କେସ୍ ନଂ ୪୯୬/୨୨ ଏବଂ ଦଫା ୩୮୭, ୪୨୦, ୫୦୬ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଡିସିପି କହିଛନ୍ତି ଘଟଣାର ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ଅର୍ଚ୍ଚନାଙ୍କ ଘରୁ ପେନଡ୍ରାଇଭ, ଲାପଟପ୍, ପାସବୁକ୍ ଜବତ ହୋଇଛି । ତାଙ୍କର ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ଆରବିଆଇକୁ ମଗାଯାଇଛି । କେଉଁମାନେ ବ୍ଲାକମେଲର ଶିକାର ହେଉଛନ୍ତି ତାହାର ତଦନ୍ତ ହେଉଛି । ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ହାଜର ହେବା ଲାଗି ନୋଟିସ୍ ହୋଇଛି । ଦରକାର ପଡ଼ିଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ।

ସାମ୍ବାଦିକ ସମ୍ମିଳନୀରେ ଡିସିପିଙ୍କ ଏହି ମାପଚୁପା ବୟାନରୁ କୌଣସି ନୂଆ ତଥ୍ୟ ଉନ୍ମୋଚିତ ହୋଇ ନ ଥିଲେ ମଧ୍ୟ ମାମଲାଟି ସାଂଘାତିକ ଝଡ ସୃଷ୍ଟି କରିସାରିଲାଣି । ଅର୍ଚ୍ଚନାଙ୍କ ଇମେଲ୍ ଆଇଡିରେ ୬୪ ଜଣ ରାଜନେତାଙ୍କ ଅଶ୍ଲୀଳ ଫଟୋ ରହିଥିବା କୁହାଯାଉଥିବାରୁ ମାମଲାର ଗମ୍ଭୀରତା ବାରି ହୋଇଗଲାଣି । ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ୨୦୧୮ ରୁ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଚଳାଇଥିଲେ ଏବଂ ପ୍ରଭାବଶାଳୀ ଲୋକଙ୍କୁ ବ୍ଲାକମେଲିଂ କରି ପ୍ରଚୁର ଅର୍ଥ ଶୋଷୁଥିଲେ । କୋଲକତା ଓ ମୁମ୍ବାଇରୁ ସୁନ୍ଦରୀ ଯୁବତୀଙ୍କୁ ଆଣି ଏହି ବେପାର କରୁଥିଲେ । ତାଙ୍କ ଜାଲରେ ପଡିଥିବା ଜଣ ଜଣ ପ୍ରଭାବଶାଳୀ ନେତା, ଗହଣା ବ୍ୟବସାୟୀ, ବିଲଡର ଏବଂ ସରକାରୀ ଅଧିକାରୀଙ୍କ ଏକାଧିକ ଫଟୋ ଏବେ ଗଣମାଧ୍ୟମରେ ଘୂରି ବୁଲୁଛି । କିଛି ନେତା ଗଣମାଧ୍ୟମରେ ନିଜକୁ ବଞ୍ଚାଇବାକୁ ସେହି ମହିଳାଙ୍କୁ ଆଦୌ ଚିହ୍ନି ନାହାନ୍ତି ବୋଲି ସଫେଇ ଦେବାକୁ ଆରମ୍ଭ କରିଛନ୍ତି ।
