ରଣପୁର ରେ ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ ୩ ଦେଶୀ ବନ୍ଧୁକ ସହ ଯନ୍ତ୍ରାଂଶ ଜବତ – ରଣପୁର

ଓଡିଶା ତାଜା ନ୍ୟୁଜ୍‌ (୨୯ମେ ୨୦୨୦ ଶୁକ୍ରବାର) ଭୁବନେଶ୍ୱର : – ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ କୁ ଦୀର୍ଘଦିନ ପରେ ଆଉ ଏକ ବଡ ସଫଳତା ମିଳିଛି । ଗତ ଗୁରୁବାର ସଂଧ୍ୟାରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହ ୩ରୁ ଅଧିକ ଦେଶୀ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ଜବତ ହେବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି । ପୋଲିସ୍‌ ସୁଚନା ଅନୁସାରେ ଦୀର୍ଘଦିନ ହେଲା ରଣପୁରଠାରେ ଏକ ନକଲୀ ଦେଶୀ ବନ୍ଧୁକ ବେଆଇନ୍ ଭାବେ ନିର୍ମାଣ କରାଯାଇ ଚୋରାରେ ବିକ୍ରି କରାଯାଉଥିଲା ବେଳେ ଏହା ଉପରେ ରଣପୁର ପୋଲିସ୍ ତୀକ୍ଷ୍ଣ ନଜର ରଖିଥିଲେ ।

ତେବେ ଗତ କଛିଦିନ ତଳେ ୧୦ଟି ଦେଶୀ ବନ୍ଧୁକ ନିର୍ମାଣ କରି ବିକ୍ରି କରିବା ପାଇଁ ଅର୍ଡର ପାଇ ଦେଶୀ ବନ୍ଧୁକ ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ରଣପୁର ପୋଲିସ୍ ଖବର ପାଇ ଗତ ଗୁରବାର ସଂଧ୍ୟାରେ ରଣପୁର ଶାମୁକା ସାହିସ୍ଥିତ ଗୋବିନ୍ଦ ମହାରଣା ଘରେ ଅଚାନକ ଚଢାଉ କରି ୩ରୁ ଉର୍ଦ୍ଧ୍ୱ ଦେଶୀ ବନ୍ଧୁକ ଓ ନିର୍ମାଣରେ ବ୍ୟବହୃତ ହେଉଥିବା ସମସ୍ତ ଯନ୍ତ୍ରପାତି ଓ ମେସିନ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମହାରଣାକୁ ଗିରଫ କରିଥିବା ଜଣା ପଡିଛି ।

ଏହି ଚଢାଉରେ ରଣପୁର ଆଇ.ଆଇ.ସି ରଶ୍ମିରଂଜନ ଦାଶ, ସବ୍‌ଇନିସ୍ ପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ଓ ବିଦିତା ନାୟକ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ । ତେବେ ଗୋବିନ୍ଦ ମହାରଣା ନାମରେ ପୁର୍ବରୁ ୨୦୧୮ ମସିହାରୁ ବେଆଇନ୍ ବନ୍ଧୁକ ନିର୍ମାଣ ଅଭିଯୋଗରେ ଖଲ୍ଲିକୋଟ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲରେ ଆସିଥିଲେ ଏବଂ ଗତ ଗୁରୁବାର ସଂଧ୍ୟାରେ ଗୋବିନ୍ଦ ମହାରଣାକୁ ଗିରଫ କରିବାପରେ ବେଆଇନ୍ ବନ୍ଧୁକ ନିର୍ମାଣ କରି ବିକ୍ରି କରିବା ଅଭିଯୋଗରେ ରଣପୁର ଥାନା କେସ୍ ନଂ- ୧୪୨/୨୦୨୦ ଏକ ମାମଲା ଋଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି । (ରିପୋର୍ଟ ଅଭିମନ୍ୟୁ /ରାମକୃଷ୍ଣ ରଥ)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version