Home ଓଡ଼ିଶା ଚଳିତ ପାର୍ବଣରେ ଆମାଜନ.ଇନ ରେ ଭୁବନେଶ୍ୱର ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅତ୍ୟଧିକ ଚାହିଦା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୦୮ ଆଶ୍ୱିନ ୨୦୨୨,ଶନିବାର ) ଭୁବନେଶ୍ୱର :- ଆମାଜନ.ଇନ ରେ ‘ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ” (ଏଜିଆଇଏଫ) ୨୦୨୨ ବର୍ତମାନ ଲାଇଭ ରହିଛି, ଯେଉଁଥିରେ ବିଭିନ୍ନ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ରହିଛି । ଏହା ମାଧ୍ୟମରେ କମ୍ପାନୀ ସାରା ଦେଶରେ ରହିଥିବା ଏହାର କୋଟି କୋଟି ଗ୍ରାହକଙ୍କ ନୀକଟରେ ପହଂଚିପାରିଛି । ତେବେ ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱରର ଗ୍ରାହକଙ୍କ ମଧ୍ୟରେ ‘ରେଡି ମିଲ୍ସ’ ରେ ୫ଗୁଣା ବୃଦ୍ଧି ଦେଖିବାକୁ ମିଳିଛି । ଏହା ସହିତ ଗତ ବର୍ଷ ତୁଳନାରେ ଚକୋଲେଟରେ ୨ ଗୁଣା, ପୁରୁଷ ଗ୍ରୁମିଙ୍ଗ ଉତ୍ପାଦରେ ୪ ଗୁଣା ଏବଂ କ୍ଲିନିଂ ଯୋଗାଣ ସାମଗ୍ରୀରେ ୨.୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି । ସେହିଭଳି ନୂଆ ଗ୍ରାହକଙ୍କ ମଧ୍ୟରେ ଦୃଢ଼ ଚାହିଦା ଦେଖାଦେଇଥିବା ଅନ୍ୟାନ୍ୟ ପ୍ରମୁଖ ବର୍ଗଗୁଡ଼ିକ ମଧ୍ୟରେ ସ୍ନାକ୍ସ ଏବଂ ବିସ୍କୁଟରେ ୫ଗୁଣା ବୃଦ୍ଧି, ନ୍ୟୁଟ୍ରିସନାଲ ବାର୍ରେ ୩ ଗୁଣା ଏବଂ ଲଣ୍ଡ୍ରିରେ ୧୩ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି । ବର୍ତମାନ ଚାଲୁ ରହିଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ଭୁବନେଶ୍ୱରର ଗ୍ରାହକମାନେ ଚକୋଲେଟ ପାଇଁ କ୍ୟାଡବରୀ, ଫେରେରୋ ରୋଚର, ହର୍ଷିସ୍, ଗୋଦେଶୀ, ଏବଂ ଲିଣ୍ଡିଟ୍, ପୁରୁଷଙ୍କ ଗ୍ରୁମିଙ୍ଗ ପାଇଁ ଜିଲେଟ, ବମ୍ବେ ସେଭିଙ୍ଗ କମ୍ପାନୀ, ଏଏକ୍ସଇ ଏବଂ ବିୟର୍ଡୋ ଭଳି ଆହୁରି ଅନେକ ଲୋକପ୍ରିୟ ବ୍ରାଣ୍ଡରୁ ସପିଂ କରିଛନ୍ତି । ସ୍ଥାନୀୟ ସପ୍ ପ୍ରୋଗ୍ରାମ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ସାରା ଭାରତରୁ ୩୫୦ରୁ ଅଧିକ ସହରରୁ ପ୍ରାୟ ୨ ଲକ୍ଷ ରୁ ଅôଧକ ସ୍ଥାନୀୟ ଷ୍ଟୋର ଏବେ ଆମାଜନ.ଇନ ରେ ନିଜର ସାମଗ୍ରୀ ବିକ୍ରି କରୁଛନ୍ତି । ଏଥିରେ ଟିୟର ୨ ଓ ଟିୟର ୩ ସହରଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି । ଚଳିତ ପାର୍ବଣ ଋତୁରେ ଗ୍ରାହକମାନେ ନିଜ ସହରର କିଛି ଲୋକପ୍ରିୟ ଦୋକାନରୁ କିଣିବାର ସୁଯୋଗ ପାଇପାରିବେ ଓ ଏହାର ଡେଲିଭରୀକୁ ସମାନ / ତାର ପର ଦିନ ପାଇପାରିବେ ଏବଂ ଏହି ଷ୍ଟୋରରେ ଉପଲବ୍ଧ ଥିବା ଭାଲ୍ୟୁ ଆଡେଡ୍ ସେବା ମଧ୍ୟ ପାଇପାରିବେ । ଗ୍ରାହକମାନେ ଲକ୍ଷ ଲକ୍ଷ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ (ଏସଏମବି) ମାନଙ୍କ ଠାରୁ ବ୍ୟାପକଶ୍ରେଣୀୟ ଉତ୍ପାଦ ଉପରେ ଅତୂଳନୀୟ ଅଫର ସୁବିଧା ପାଇପାରିବେ । ସିଟି ବ୍ୟାଙ୍କ, ଆରବିଏଲ, ୱାନକାର୍ଡ ଏବଂ ରୁପେ କ୍ରେଡିଟ ଓ ଡେବିଟ କାର୍ଡ ସମେତ ଇଏମଆଇ ଟ୍ରାଞ୍ଜାକ୍ସନ ଉପରେ ୧୦%ର ତୁରନ୍ତ ରିହାତି ସହିତ ଅଧିକ ସଂଚୟ କରିପାରିବେ । ଏହା ବ୍ୟତୀତ ପ୍ରମୁଖ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ବଜାଜ୍ ଫିନସର୍ଭ ଏବଂ ଆମାଜନ ପେ ଲାଟର ଉପରେ ନୋ-କଷ୍ଟ ଇଏମଆଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହା ସମ୍ପର୍କରେ ଆମାଜନ ଇଣ୍ଡିଆ, ଇନ-କଞ୍ଜ୍ୟୁମେବଲ୍ ନିର୍ଦ୍ଦେଶକ ଶ୍ରୀ ନିଶାନ୍ତ ରମଣ କହିଛନ୍ତି ଯେ, “ଆମାଜନ ଇଣ୍ଡିଆ ଏହି ମାର୍କେଟ ପ୍ଲେସରେ ସେଲରମାନଙ୍କୁ, ସାରା ଭାରତର ଗ୍ରାହକଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଅତୂଳନୀୟ ମୂଲ୍ୟରେ ବ୍ୟାପକଶ୍ରେଣୀୟ ଉତ୍ପାଦ ଯୋଗାଇଦେବା ଲାଗି ସହାୟତା କରୁଛି । ଚଳିତ ପାର୍ବଣ ଋତୁରେ ଆମେ ଟିୟର ୨ ଓ ଟିୟର ୩ ସହରରୁ ୮୦% ରୁ ଅଧିକ ବୃଦ୍ଧି ପରିଲକ୍ଷିତ କରିଛୁ । ସେହିଭଳି ରେଡି-ଟୁ-ଇଟ ମିଲ୍ସ, ଚକୋଲେଟ, ଗ୍ରୁମିଂ, ହାଇଜିନ ଉତ୍ପାଦ, ପେଟ୍, ବେବି ଏବଂ ଲଣ୍ଡ୍ରି ଉପକରଣ ଏବଂ ଅନ୍ୟାନ୍ୟ ବର୍ଗରେ ସପିଂ କ୍ଷେତ୍ରରେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ୨ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ । ଆମେ ଆମର ସେଲର, ବ୍ରାଣ୍ଡ ଏବଂ ଗ୍ରାହକମାନଙ୍କୁ ଏହି ଅବସରରେ ସହାୟତା ପ୍ରଦାନ କରୁଛୁ, ଯଦ୍ୱାରା ଦଶହରା, ଧନତେରସ ଓ ଦୀପାବଳିର ପାର୍ବଣ ଆହୁରି ଆନନ୍ଦଦାୟକ ହୋଇପାରିବ ।” ଏଜିଆଇଏଫରେ ୨୦୦୦ରୁ ଅଧିକ ନୂତନ ଉତ୍ପାଦ ରହିଛି ଓ ସ୍ମାର୍ଟଫୋନ, ଆପ୍ଲାଏନ୍ସେସ୍, ଟିଭି, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ, ଫ୍ୟାଶନ ଓ ବ୍ୟୁଟି, ଆମାଜନ ଡିଭାଇସ, ହୋମ୍ ଏବଂ କିଚେନ ଭଳି ଆହୁରି ଅନେକ ବର୍ଗରେ ଟପ୍ ବ୍ରାଣ୍ଡରୁ ବ୍ୟାପକ ଶ୍ରେଣୀୟ ସିଲେକ୍ସନ କରିବାର ସୁବିଧା ରହିଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ। by Proprietor Abhimanyu Maharana October 10, 2026 ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 10, 2026 ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ଲାଞ୍ଜିଗଡ଼ରେ କମ୍ପାନୀର ସଖୀ ଏସ୍ଏଚ୍ଜି ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି by Proprietor Abhimanyu Maharana October 10, 2026 Vedanta Aluminium Empowers 100+ SHG Women with Ragi-Based Entrepreneurial Avenues in Lanjigada by Proprietor Abhimanyu Maharana October 10, 2026 Dr. Ashok Kumar Mittal Brings Together Leaders, Faith Traditions, Country Ambassadors and Sporting Champions at ‘Seva Sankalp – Rashtranirman Ke 25 Saal’ by Proprietor Abhimanyu Maharana October 10, 2026 ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026