କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୦୮ ଆଶ୍ୱିନ ୨୦୨୨,ଶନିବାର ) ଫୁଲବାଣୀ/କନ୍ଧମାଳ :- ଗତକାଲି ପ୍ରକାଶ ପାଇଥିବା ଓଏଏସ ତାଲିକାରେ ଏମାନଙ୍କ ନାମ ରହିଛି । ଓଏଏସ ପରିକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ସେମାନେ ହେଲେ ବୀରେନ୍ଦ୍ର କୁମାର ତ୍ରିପାଠୀ ଅତିରିକ୍ତ ତହସିଲଦାର ବାଲିଗୁଡା, ମାନସ ରଞ୍ଜନ ମଲ୍ଲିକ ଅତିରିକ୍ତ ତହସିଲଦାର ଜି ଉଦୟଗିରି ବର୍ତମାନ ବାଲିଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଓ ତପନ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଫିରିଙ୍ଗିଆ ।

ଓଏଏସ ପାଇବା ପରେ ଏମାନଙ୍କୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବାଲିଗୁଡା ଉପଜିଲାପାଳ ଦୁଃଖବନ୍ଧୁ ନାୟକଙ୍କ ସମେତ ବହୁ ପଦସ୍ତ ଅଫିସର, କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି । କଠିନ ପରିଶ୍ରମ, ଆଗ୍ରହ, ଆଉ ନିଷ୍ଠା ଯୋଗୁଁ ଏହି ସଫଳତା ପାଇଥିବା ସେମାନେ କହିଛନ୍ତି ।

Exit mobile version