ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଅଞ୍ଚଳ, ସଂସ୍କୃତି, ସପ୍ତରଙ୍ଗୀ ଓ ଆର୍ଥିକ ପେଣ୍ଠସ୍ଥଳୀର ସମ୍ଭାବନା ରଖୁଥିବା ନୟାଗଡ଼ ଜିଲ୍ଲାର ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମଣିନାଗଙ୍କ ଆଶୀର୍ବାଦରେ ସାମୂହିକ ଉଦ୍ୟମରେ ବିକଶିତ କରାଯିବ – ସୁରମା ପାଢୀ

ଓଡ଼ିଶା ତାଜା ନ୍ୟୁଜ (7 ତାରିଖ ଆଶ୍ୱିନ ୨୦୨୨,ଶୁକ୍ରବାର) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ମା ମଣିନାଗ ଙ୍କ ଠାରେ ବିଶାଳକାୟ ଶୋଭାଯାତ୍ରା ରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଛୋଟି ଆଣିଥିଲେ ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
