ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ଵାରା ମହାନଦୀରୁ ଖୋର୍ଦ୍ଧାରୋଡ୍ ରେଲୱେ ସେଟଲେମେଣ୍ଟ ପର୍ଯ୍ୟନ୍ତ ପାନୀୟଜଳ ଯୋଗାଣର ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (6 ତାରିଖ ଆଶ୍ୱିନ ୨୦୨୨,ଗୁରୁବାର) ଖୋର୍ଦ୍ଧା-ଜଟଣୀ :- ନରାଜରୁ କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ଜଳ ପାଇବାରେ ଲାଭଦାୟକ ହେବ ନୂତନଜଳ ଯୋଗାଣ ବ୍ୟବସ୍ଥା | ଖୋର୍ଦ୍ଧାରୋଡ୍ ରେଲୱେ ସେଟେଲମେଣ୍ଟର ୧୮୦୦ ରୁ ଅଧିକ ରେଳ କ୍ୱାଟର୍ସ ଏବଂ ସେବା ଭବନକୁ ପାନୀୟ ଜଳ ଯୋଗାଇ ଦିଆଯିବ | ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରାୟ ମହାନଦୀରୁ ଖୋର୍ଦ୍ଧାରୋଡ୍ ରେଲୱେ ସେଟେଲମେଣ୍ଟ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣର ଉଦ୍ଘାଟନ କରିଛନ୍ତି । ମହାନଦୀର ନରାଜରୁ ପାନୀୟ ଜଳ ହିଲ୍ ଟପ୍ ଟ୍ୟାଙ୍କରେ ସଂଗ୍ରହ କରାଯାଇ ରେଳ କ୍ୱାର୍ଟର୍ସ ଏବଂ ସେବା ଭବନରେ ବଣ୍ଟନ କରାଯାଉଛି |

ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରାୟଙ୍କ ପଦକ୍ଷେପରେ, ଓଡ଼ିଶା ସରକାରଙ୍କ ଜନ ସ୍ଵାସ୍ଥ୍ୟ ବିଭାଗ ସହ ମିଳିତ ଭାବରେ ମହାନଦୀରୁ ଖୋର୍ଦ୍ଧାରୋଡ୍ ରେଲୱେ ସେଟେଲମେଣ୍ଟ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି | ଏହି ପ୍ରକଳ୍ପର ଶିଳାନ୍ୟାସ ଏପ୍ରିଲ ମାସରେ କରାଯାଇଥିଲା ଏବଂ ଏହି ପ୍ରକଳ୍ପ ପାଞ୍ଚମାସ ମଧ୍ୟରେ ଶେଷ ହୋଇଛି । ପାନୀୟ ଜଳ ପାଇପ୍ ଲାଇନ ଗୁଡ଼ିକର ଜଟଣୀ ପୋଲିସ ଷ୍ଟେସନ ଅଞ୍ଚଳରୁ ବଡ ମସଜିଦ ଛକ,ଜଟଣୀ ଟାଉନ ହଲ ଦେଇ ରେଲୱେ କଲୋନୀକୁ ପ୍ରବେଶ କରି ହିଲ୍ ଟପ୍ ଟ୍ୟାଙ୍କରେ ସଂଗ୍ରହ କରା ଯାଉଛି | ପୂର୍ବରୁ,ଫିଲ୍ଟର ହାଉସରେ ଦୟାନଦୀର ଅରାଗଡ଼ରୁ ଜଳ ସଂଗ୍ରହ କରାଯାଉଥିଲା, ଫିଲ୍ଟରେସନ୍ ଏବଂ କ୍ଲୋରୋନେସନ୍ ପରେ ରେଳ କ୍ୱାଟର୍ସ ଏବଂ ସେବା ଭବନକୁ ଏହି ଜଳ ଯୋଗାଇ ଦିଆଯାଉଥିଲା |

ବର୍ତ୍ତମାନ କେବଳ ଟ୍ରେନ୍ ଏବଂ ଷ୍ଟେସନ୍ ପରିସର ସଫା କରିବା ପାଇଁ ଦୟାନଦୀ ଜଳ ବ୍ୟବହାର କରାଯିବ | ମହାନଦୀରୁ ଜଳ ଯୋଗାଣ ଦ୍ୱାରା କର୍ମଚାରୀମାନେ ପର୍ଯ୍ୟାପ୍ତ ପରିମାଣ ବିଶୁଦ୍ଧ ଜଳ ପାଇବାରେ ସହାୟକ ହେବେ | ଖୋର୍ଦ୍ଧାରୋଡ୍ ରେଲୱେ ସେଟେଲମେଣ୍ଟ ରେ ୧୮୦୦ ରୁ ଅଧିକ ରେଳ କ୍ୱାର୍ଟର ଏବଂ ସେବା ଭବନ ଅଛି | ପ୍ରତିଦିନ ଖୋର୍ଦ୍ଧାରୋଡ୍ ରେଲୱେ ସେଟେଲମେଣ୍ଟ ର ସମସ୍ତ ରେଳ କ୍ୱାଟର୍ସ ଏବଂ ସେବା ଭବନକୁ ଚାଳିଶ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇ ଦିଆଯିବ | ଆଗାମୀ ଦିନରେ ଡିଭିଜନ୍ ଦେଇ ଯାଉଥିବା କୋଚିଂ ଟ୍ରେନ୍ ଗୁଡିକୁ ଜଳ ଦେବା ପାଇଁ ଏହି ପାନୀୟ ଜଳ ଯୋଗାଣର ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି |

Exit mobile version