ଜଟଣୀ ୟୁଥ ଫେଡରେଶନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର )ଜଟଣୀ :- ଜଟଣୀ ୟୁଥ ଫେଡରେଶନ ପକ୍ଷରୁ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜନ୍ମ ବାର୍ଷିକୀ ପାଳିତ ହୋଇ ଯାଇଛି ।ଫେଡରେଶନର କାର୍ଯ୍ୟକର୍ତ୍ତା ଓ ଶତାଧିକ ସଭ୍ୟ ସଭ୍ୟା ମାନେ ଥାନାଛକ ସ୍ଥିତ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଦଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀପାର୍କ ସ୍ଥିତ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ଫେଡରେଶନର ସଭାପତି ପ୍ରଶାନ୍ତ ପାଇକରାୟ,ସମ୍ପାଦକ ଅନନ୍ତ ଶତପଥି  ପ୍ରମୁଖ ଶତାଧିକ ବ୍ୟକ୍ତି ବିଶେଷ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଜଟଣୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

Exit mobile version