ବହିଷ୍ଲାର ପ୍ରସଙ୍ଗରେ ମୁହିଁ ଖୋଲିଲେ ଦଳୀୟ କର୍ମୀ : ବିଜେଡିର ଗୋଷ୍ଟୀକନ୍ଦଳ ଫାଇଦା ନେବ କି ବିଜେପି ଓ କଂଗ୍ରେସ ?

ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଶନିବାର) ବୈପାରିଗୁଡା :- ଗତ କିଛି ଦିନ ତଳେ ବୈପାରିଗୁଡା ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ହାଟ ପଦା ଠାରେ ଏକ କର୍ମୀ ସମ୍ମିଳନୀ କରିଥିବା ବେଳେ ସେହି ବୈଠକରେ ଦଳ ରୁ ନିଲମ୍ବିତ ହୋଇଥିବା ୧୪ ଜଣ କର୍ମୀଙ୍କୁ ବିଜେଡି ଦଳରୁ ବହିଷ୍ଲାର କରିବା ପାଇଁ କର୍ମୀ ମାନଙ୍କ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି ବୋଲି ବ୍ଲକ ବିଜେଡି ଏକ ପତ୍ର ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ଜଣାଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଆଜି ବୈପାରିଗୁଡା ବ୍ଲକର ୨୦ ଗୋଟି ପଂଚାୟତର କିଛି ଆଗଧାରିର ନେତା ଓ କର୍ମୀ ମାନେ ଖୋଲାଖୋଲି ଭାବେ ଏହି ବିଷୟକୁ ନାପ୍ରସନ୍ଦ କରିବା ସହ କୌଣସି କର୍ମୀ କିମ୍ବା ଏହି ନିଲମ୍ବିତ ୧୪ ଜଣ କର୍ମୀଙ୍କୁ ଦଳରୁ ବହିଷ୍ଲାର କରିବା ପାଇଁ କେହିଁ ମଧ୍ୟ ଦଳୀୟ କର୍ମୀ କହିନାହାନ୍ତି ବୋଲି ପ୍ରକାଶ କରିଥିଲେ ।

ତାହା ସହ କହିଥିଲେ ଯେ ୨୭ ତାରିଖ ଦିନ ଅନୁଷ୍ଟିତ ହୋଇଥିବା କର୍ମୀ ସମ୍ମିଳନୀରେ ଜିଲ୍ଲାସଭାପତି , କୋରାପୁଟ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ଏବଂ ଜରୁରୀ ବୈଠକ ବୋଲି ଦଳୀୟ କର୍ମୀ ମାନଙ୍କୁ ଏହି ବୈଠକରେ ଡକାଯାଇଥିବା ବେଳେ ବୈଠକରେ କୌଣସି ଅତିଥି ଆସିନଥିବା ବେଳେ ଏହି ବୈଠକରେ ନିଲମ୍ବିତ ହୋଇଥିବା କୌଣସି କର୍ମୀ ମାନଙ୍କୁ ଦଳରୁ ବହିଷ୍ଲାର କରିବା ଦଳର କର୍ମୀ ମାନେ କହିନଥିଲେ । ବୈଠକରେ ବହିଷ୍ଲାର ବିଷୟକୁ ନେଇ କିଛି ନିଷ୍ପତି ମଧ୍ୟ ନିଆଯାଇନଥିବାର କହିବା ସହିତ ସିଧାସଳଖ କିଛି ବରିଷ୍ଟ ବିଜେଡି ନେତା ମାନଙ୍କୁ ଟାର୍ଗେଟ କରି କହିଥିଲେ ଦଳୀୟ କର୍ମୀ । କିଛି କୁଚକ୍ରି ନେତା ମାନେ ପରବର୍ତିୀ ସମୟରେ ଦଳର ରେଜୁଲେସନ ଖାତାରେ ଦଳର କିଛି କର୍ମୀ ମାନଙ୍କୁ କହି ଦରଖାସ୍ତ ନେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦଳୀୟ କର୍ମୀ ।

ଚଳିତ ନିର୍ବାଚନରେ ପଂଚାୟତସ୍ତରରେ ଏହି କର୍ମୀ ମାନେ ସରପଂଚ ଓ ସମିତିସଭ୍ୟ ଜିତାଇବା ସହ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ତେଣୁ ଏହି ନେତା ମାନଙ୍କୁ ଦଳରୁ ନିଲମ୍ବିତ କିମ୍ବା ବହିଷ୍ଲାର କରିବା ଉଚିତ ନାହିଁ ବୋଲି କିଛି କର୍ମୀ ପ୍ରକାଶ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ଆଗରୁ ଯଦି ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ ନେତା ମାନେ ଏହି ସମସ୍ୟା ପ୍ରତି ଗୁରୁତ ଦେବେ ନାହିଁ ତେବେ ଆଗାମୀ ଦିନରେ ଦଳ ଭିତରେ ଫାଟ୍ ସୃଷ୍ଟି ହେବା ସହିତ ବିଧାୟକ ଓ ସାଂସଦକୁ ଦଳ ହରାଇବ ବୋଲି ମଧ୍ୟ କହିଛନ୍ତି । ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ ନେତା ମାନେ ଏହାର ସମାଧାନ କରିବା ନେଇ ୨୦ ଗୋଟି ପଂଚାୟକ କର୍ମୀ ମାନେ ସାମ୍ବାଦିକ ସମ୍ମିଳନୀ କରିଥିବାର କହିଛନ୍ତି ।

Exit mobile version