ନୟାଗଡ ଜୀବନ ବିନ୍ଦୁର ସ୍ବେଛାକୃତ ରକ୍ତଦାନ ଶିବିର : 13 ୟୁନିଟ ରକ୍ତ ସଂଗୃହିତ:ଅନୁପ୍ରାଣିତ ହୋଇ ଦଶପଲ୍ଲା ଅଞ୍ଚଳ ର ଜଣେ କଲେ ରକ୍ତଦାନ ।

ଓଡିଶା ତାଜା ନ୍ୟୁଜ୍‌ , (୨୮ ମେ ୨୦୨୦ ଗୁରୁବାର ) ନୟାଗଡ : – କରୋନା ପରିପ୍ରେକ୍ଷୀରେ ନୟାଗଡରେ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡା. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୀବନବିନ୍ଦୁ ଆନୁକୂଲ୍ୟରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବ୍ଲଡ଼ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହେଉଛି ସ୍ବେଛାକୃତ ରକ୍ତଦାନ ଶିବିର । ଏହିକ୍ରମରେ ଆଜି ଲେଙ୍କୁଡ଼ିପଡ଼ାରୁ 5 ଭାଟସାହିରୁ 4 ଏବଂ ନବଘନପୁର ପଂଚାୟତର 3ଜଣ ଲେଖାଏଁ ଅଧିବାସୀ ରକ୍ତ ଦାନ କରିଥିବାବେଳେ ଦଶପଲ୍ଲା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସମୟରେ ନୟାଗଡରେ ଢୁ ଢୁ ଖରାରେ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପ୍ରଂଶସା କାରୀ ସେଥିରେ ଅନୁପ୍ରାଣିତ ହୋଇ ରକ୍ତ ଦାନ କରିଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚ ର ବିଷୟ ହୋଇଛି ।

ତେବେ ସାମାଜିକ ଦୂରତ୍ୱ ମଧ୍ୟରେ ସରକାରୀ ନିର୍ଦେଶାବଳି ଅନୁଯାୟୀ ଅନୁଷ୍ଠିତ ଏହି ସମାଜ ସେବା ମୂଳକ କାର୍ଯ୍ୟକ୍ରମରେ 13ୟୁନିଟ ବ୍ଲଡ଼ ସଂଗୃହିତ ହୋଇଥିବା ବ୍ଲଡ଼ ବ୍ୟାଙ୍କ ସୂତ୍ରରୁ ପ୍ରକାଶ । ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ସମାଜସେବୀ ଦାମ ସାର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବଣିକସଂଘ ସଭାପତି ଜାନକୀବ୍ଳହବ ଜେନା, ରଶ୍ମି ରଞ୍ଜନ ଜେନା, ନିର ବିଧାର, ଦିଲୀପ ତ୍ରିପାଠୀ, ସାରଦା ପ୍ରସାଦ ମହାପାତ୍ର, ରମେଶ ସାହୁ, ରାମକୃଷ୍ଣ ରଥ, ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଆଗେଇନେଇ ଥିଲେ । (ରିପୋର୍ଟ ରାମକୃଷ୍ଣ ରଥ )

Exit mobile version