ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ଗୁରୁବାର) ବୈପାରିଗୁଡା :- କିଛି ମାସର ବ୍ଯବଧାନରେ ପୁଣି ଥରେ ଆରମ୍ଭ ହୋଇଛି ବାଇକ ଚୋରି ଅଭିଯାନ !ବୈପାରିଗୁଡାର ତଳସାହିରେ ଭଡା ଘରେ ରହୁଥିବା ଜଣେ ଶିକ୍ଷକଙ୍କ ବାଇକ୍ ଚୋରି କରି ନେଲେ ଦୁର୍ବୃତ୍ତ । ବାଇକ ଚୋରି ହୋଇଥିବା ନେଇ ଶିକ୍ଷକ ଜଣକ ଏବେ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ! ତେବେ ସଂନ୍ଧ୍ଯା ସମୟରେ ଘର ସାମ୍ନାରୁ ବାଇକ ଚୋରି ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଗୁରୁବାର ଦିନ ସଂନ୍ଧ୍ଯା ୬.୩୦ ମିନିଟ ରେ ଏହି ଘଟଣା ଘଟିଛି । ବୈପାରିଗୁଡା ତଳସାହିରେ ରହୁଥିବା ଶିକ୍ଷକ ଚୈତନ୍ଯ ବାସଭବନ ସମ୍ମୁଖ ରେ ତାଙ୍କ OD10G1217 ନମ୍ବର ବାଇକ ରଖି ଘର ଭିତରକୁ ଯାଇ ବାହାରକୁ ଆସି ଦେଖିବା ବେଳେ ବାଇକ ଆଉ ସେହି ସ୍ଥାନ ନଥିବା ଦେଖି ଚୋରି ହୋଇଥିବା ଅନୁମାନ କରି ବୈପାରିଗୁଡା ଥାନାରେ ଘଟଣା ବିଷୟରେ ଜଣାଇଥିଲେ ! ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଘଟଣା କୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଥିବାର ପ୍ରକାଶ କରିଛନ୍ତି ! ଅତି ଶ୍ରୀଘ ଏହି ଚୋରଦଳ କୁ ଧରିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାର ସୂଚନା ପ୍ରଦାନ କରିଛି ପୋଲିସ !
