ବାଜିରେ ଲାଗୁଛି ଛାତ୍ରଛାତ୍ରୀଙ୍କ ଜୀବନ : ପାଠପଢି ଚାକିରି କରିବାକୁ ଇଛା : ନଦୀ ପାର ହୋଇ ଯାଉଛନ୍ତି ସ୍କୁଲ ଓ କଲେଜ

ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ଗୁରୁବାର) ବୈପାରିଗୁଡା :- ଗାଁ ମୁଣ୍ଡରେ ପ୍ରବାହିତ ହେଉଛି ନଦୀ । ଗ୍ରାମବାସୀଙ୍କ ଦୁଃଖ ଗୋଦରିଗୁଡା ଯୋଡି ନଦୀ । ଏବେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଂଚିତ । ବର୍ଷା ଦିନେ ନଦୀରେ ପାଣି ବଢିଲେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବା ବନ୍ଦ ହୋଇବା ସହିତ ବହୁ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି । ସ୍କୁଲ କଲେଜ କିମ୍ବା ସ୍ୱାସ୍ଥ୍ୟ ଖରାପ ହେଲେ ନଦୀ ପାର ହୋବକୁ ପଡିଥାଏ । ବର୍ଷା ଯୋଗୁଁ ଗମ୍ଭୀରର ନଦୀରେ ପାଣି ରହିଥିବା ବେଳେ ପୁଅଝିଅ କିମ୍ବା ଛାତ୍ରଛାତ୍ରୀ ସ୍କୁଲ-କଲେଜ ଯିବା ପାଇଁ ବିପଦପୂର୍ଣ୍ଣ ଭାବେ ଗୋଦରିଗୁଡା ଯୋଡି ନଦୀ ରେ ଚାଲି ଚାଲି ପାର କରୁଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ବୃଦ୍ଧୀଜୀବି ମାନେ ଉଦବେଗ ପ୍ରକାଶ କରିଛନ୍ତି । ସୂଚନା ମୁତାବିକ ଭାରତ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ବିକାଶ ବାଟହୁଡିଛି ।

ଅନେକ ଗାଁକୁ ଯାତାୟତ ପାଇଁ ରାସ୍ତା ନାହିଁ ଲୋକେ ଏବେବି ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ସରକାରୀ କଳର ଉଦାସୀନତା ହେଉ ଅବା ନିର୍ବାଚିତ ଲୋକ ପ୍ରତିନିଥି ମାନଙ୍କ ଚରମ ଅବହେଳା ଯୋଗୁଁ ଗାଁ ରେ ବିକାଶ ଅପହଂଚ ରହୁଛି ବୋଲି ଗ୍ରାମବାସୀଙ୍କ ତରଫରୁ ଶୁଣିବାକୁ ମିଳୁଛି ।ସରକାର ବିକାଶ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଓଲଟା ପ୍ରତିଫଳିତ ହେଉଛି । ସରକାରୀ କର୍ମଚାରୀ ଓ ରାଜନେତାଙ୍କ ପ୍ରତିଶୃତି ପାଣିର ଗାର ବୋଲି ଗ୍ରାମବାସୀଙ୍କ ମଡଧ୍ୟରେ ଆଲୋଚନା ଏବେ ଜୋର ଧରିଛି । ଆମେ କହୁଛୁ ବୈପାରିଗୁଡା ବ୍ଲକର ଦଣ୍ଡାବାଡି ଗ୍ରାମପଂଚାୟତ ଅନ୍ତର୍ଗତ ଗଦରିଗୁଡା ଗ୍ରାମର କଥା । ଗଦରିଗୁଡା ଗ୍ରାମର ୨୦ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ପାଠପଢିବା ପାଇଁ ଗ୍ରାମ ଠାରୁ ୪ କିମି ଦୂର ଦଣ୍ଡାବାଡି ଗ୍ରାମରକୁ ଏହି ନଦୀ ପାଣି ଭିତରେ ଦେଇ ବିଦ୍ୟାଳୟ ଯାଉଥିବାର ଦେଖିବାକୁ ମିଳିଛି । ବହି ଯାଉଥିବା ଖରସ୍ରୋତ ନଦୀ ଉପରେ ପୋଲ କିମ୍ବା ୧୦ ଖଣ୍ଡ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ପଂଚାୟତର ଉକ୍ତ ଗ୍ରାମର ବହୁ ପରିବାର ସଦସ୍ୟ ଦୁର୍ଦଶା ଭୋଗୁଛନ୍ତି ।

ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ପାଇଁ ଅମଙ୍ଗ ହେଉଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ମାନେ ପାଠପଢି ଚାକିରି କରିବା ଉଦେଶ୍ୟ ନେଇ ଉଛୁଳା ନଦୀ ପାର ହୋଇ ବିଦ୍ୟାଳୟକୁ ଯାଉଛନ୍ତି । ରୋଗୀ ପ୍ରସୂତି ମହିଳା ଓ ଶିଶୁ ମେଡିକାଲକୁ ଆସିବା ପାଇଁ ନଦୀ ପାର ହୋଇ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଥିବାର କହିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟକାରୀ ଫଳସୁନ ବୋଲି ଜଣାପଡିଛି । ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କିମ୍ବା ଅନ୍ୟ କୌଣସି ଯୋଜନାରେ ରାସ୍ତା ଓ ପୋଲ ନିର୍ମାଣ କଲେ ଗ୍ରାମବାସୀ ସୁରୁକୁରୁ ଭାବେ ଯାତାୟତ କରି ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଏହି ବିଷୟକୁ ନେଇ ଦଣ୍ଡାବାଡି ପଂଚାୟତର ସ୍ବେଚ୍ଛାସେବୀ ବିଜୟ ଖରା ଖବର ପାଇଁ ସରକାରଙ୍କ ନିକଟକୁ ସମସ୍ଯା ନେବା ପାଇଁ ଚେଷ୍ଟା କରିଥିବାର ଜଣାପଡିଛି !ତୁରନ୍ତ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ଓ ଗ୍ରାମବାସୀଙ୍କ ଦୃଢ ଦାବି କରିଛନ୍ତି ।

Exit mobile version