ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍ଯାପିତ
ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି । ଆଜି ୱାର୍ଲï ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ୱାନ ସଂପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଓଡିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ । ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ ।

ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ୱ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି । ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନ ଶକ୍ତି ବଜାର/ ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏତଦ୍ବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାଫେରେ କାର୍ଯ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଟ୍ୟìଟ ଅଫ୍ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି ।
