କିଛି ପୁରୁଣା ଚେହେରାକୁ ପୁଣିଥରେ ଗୁରୁଦାୟୀତ୍ବ ପ୍ରଦାନ କରିଛି ବିଜେଡି : ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ଉପ ସଭାପତି ହେଲେ ଜିଲ୍ଲାପରିଷଦ ସଭ୍ଯ ରାଜେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ବୈପାରୀଗୁଡା :- କୋରାପୁଟ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରହି ଦଳ ପାଇଁ ସକ୍ରିୟ ଭାବେ କାର୍ଯ୍ଯ କରୁଥିବା କର୍ମୀ ମାନଙ୍କୁ ଚୟନ କରି ପୁଣି ଥରେ ଗୁରୁ ଦାୟତ୍ବ ପ୍ରଦାନ କରିଥିବାର ଜଣାପଡିଛି ! କିଛି ନୂତନ ଚେହେରା ସହ ପୁରାତନ କର୍ମୀ ମାନଙ୍କୁ ବିଶ୍ବାସ କରି ଦଳ ଜିଲ୍ଲା ଓ ବ୍ଲକ ସ୍ତରରେ ପୁଣି ଥରେ ପଦପଦବୀରେ ସ୍ଥାନ ଦେଇ ଦଳ ପାଇଁ କାର୍ଯ୍ଯ କରିବାକୁ ସୁଯୋଗ ଦେଇଛି ! ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ଉପସଭାପତି ଭାବେ କ୍ରମାଗତ ଦ୍ଵିତୀୟ ଥର ଭାବେ ଚୟନ ହୋଇଛନ୍ତି ଛାତ୍ର ନେତା ତଥା ବୈପାରୀଗୁଡା ଜୋନ-୧ ର ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ସେହି ପରି ଭାବେ ବ୍ଲକ ଯୁବସଭାପତି ଭାବେ ପୁଣିଥରେ ରମେଶ ସ୍ବାଇଁକୁ ଦଳ ଚୟନ କରିଛି l

୨୦୧୨ ମହିସା ରୁ କ୍ରମାଗତ ଭାବେ ୮ ବର୍ଷ ଆତ୍ମର ଅଧ୍ଯକ୍ଷ ଭାବେ କାର୍ଯ୍ଯ ତୁଳାଇବା ସହିତ ୨୦୧୭ ମହିସାରୁ ୨୦୧୯ ଭିତରେ ଜିଲ୍ଲା ଯୁବ ଉପସଭାପତି ରହିବା ସହିତ ବ୍ଲକ ଉପାଧ୍ଯକ୍ଷ ଭାବେ ରହିଛନ୍ତି ଦୋରାଗୁଡା ସମିତି ସଭ୍ଯ ତ୍ରିଲୋଚନା ଜେନା ! ଚଳିତ ନିର୍ବାଚନ ସେଏ ଦୋରାଗୁଡା ସମିତିସଭ୍ଯ ଭାବେ ପ୍ରତିନନ୍ଦିତା କରି ମଧ୍ଯ ତେନ୍ତୁଳିଗୁମ୍ମା ପଂଚାୟତରେ ସରପଂଚ ଓ ସମିତିସଭ୍ଯ କୁ ନିର୍ବାଚନ ରେ ବିଜୟଲାଭ କରି ଦଳ ପାଇଁ ବଡ ସଫଳତା ହାସଲ କରିଛନ୍ତି ! ତାହା ସହ ବ୍ଲକର ଚାଷୀ ମାନଙ୍କ ସୁଖଦୁଃଖରେ ଏପର୍ଯ୍ଯନ୍ତ ତାଙ୍କ ପାଖରେ ରହିଛନ୍ତି ! ତେଣୁ ଦଳ ତାଙ୍କୁ ପୁନର୍ବାର ଜିଲ୍ଲା ଯୁବ ଉପସଭାପତି ଭାବେ ଦୋରାଗୁଡା ସମିତିସଭ୍ଯ ତ୍ରିଲୋଚନ ଜେନା ଚୟନ କରିଥିବାର ଜଣାପଡିଛି !

ରାଜେଶ୍ବର କଲେଜ ସମୟରୁ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ରହିବା ସହିତ ଏହା ପୂର୍ବରୁ 2013 ରୁ 16 ପର୍ଯ୍ୟନ୍ତ ବ୍ଲକ ଛାତ୍ର କମିଟି ର ସଭାପତି ରହିବା ସହିତ 2019 ରୁ 2022 ପର୍ଯ୍ଯନ୍ତ ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ୱ ତୁଲେଇଥିଲେ ! ଏବଂ ପୁଣି ଥରେ ଏବେ ଦଳ ଭରସା କରି ବୈପାରୀଗୁଡା ବ୍ଲକ ଛାତ୍ର ସଂଗଠନ କୁ ସୁଦୃତ କରିବା ପାଇଁ ପୁଣି ଥରେ ବିଜୁ ଛାତ୍ର ଜନତା ଦଳ ରୁ ଜିଲ୍ଲା ଉପସଭାପତି ଭାବେ ଚୟନ ହୋଇଛନ୍ତି l ସେହି ପରି ଭାବେ ରମେଶ ସ୍ବାଇଁ ଚଳିତ ପଂଚାୟତ ନିର୍ବାଚନରେ ସରପଂଚ ଓ ସମିତିସଭ୍ଯ ଙ୍କ ପାଇଁ ପ୍ରଚାର କରି ସେମାନଙ୍କୁ ବିଜୟ କରିବା ସହ ବ୍ଲକର ବିଭିନ୍ନ ପଂଚାୟତର ଯୁବବର୍ଗ ଙ୍କୁ ବିଜେଡି ଦଳରେ ସାମିଲ କରିବା ରେ ବଡ ଭୂମିଆ ରହିଛି !

ତେଣୁ ଦଳ ତାଙ୍କୁ ପୁଥିଥରେ ଯୁବ ସଭାପତି କରିଥିବା ର ଜଣାପଡିଛି ! ନୂତନ ପଦପଦବୀ ପାଇଥିବା ସମସ୍ତ କର୍ମୀ ରାଜ୍ୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ବିଧାୟକ କୋରାପୁଟ ରଘୁରାମ ପଡାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କୁ ସାଧୁବାଦ ଜଣାଇଛନ୍ତି l ସେହି ପରି ଭାବେ ରାଜେଶ୍ବର କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷା ର ମାନ ବୁଦ୍ଧି କରିବା ନେଇ ଯୋଜନା କରିଛନ୍ତି ତାହା କିପରି ସାଧାରଣ ଜନତା ଙ୍କ ନିକଟରେ ପଂହଁଚି ପାରିବ ସେଥି ପ୍ରତି ଗୁରୁତ ଦେବା ସହ ଛାତ୍ର ମାନଙ୍କୁ ସଂଗଠିତ କରିବେ ବୋଲି ପ୍ରକାଶ କରିଛନ୍ତି l

Exit mobile version