ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଦୁ୍ୟତ ଭିତ୍ତିଭୂମି ବିକାଶ ନେଇ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଦୁ୍ୟତ ଭିତ୍ତିଭୂମିରେ ଉନ୍ନତି ଆଣି ଜନସାଧାରଣଙ୍କୁ ଉନ୍ନତ ମାନର ବିଦୁ୍ୟତ ସେବା ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ଆଠଗଡ଼ରେ ବିଦୁ୍ୟତ ଯୋଗାଣର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆଠଗଡ଼ ସହରାଞ୍ଚଳରେ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ନିମନ୍ତେ ସ୍ୱତନ୍ତ୍ର ବିଦୁ୍ୟତ ଫିଡର କରିବାର ଆବଶ୍ୟକତା ରହିଛି ା ଏହାକୁ ଆଗାମୀ ଏକ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଇଚ୍ଛାପୁର ଏବଂ ମାଧପୁରଠାରେ ଟିପିସିଓଏଡିଏଲ୍‌ ପକ୍ଷରୁ ୩୩/୧୧ କେଭି ସବ୍‌ଷ୍ଟେସନ୍‌ ଶୀଘ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଶିଳ୍ପସଂସ୍ଥାଗୁଡ଼ିକୁ ଉନ୍ନତ ମାନର ବିଦୁ୍ୟତ ଯୋଗାଣ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ଆଠଗଡ଼ ଏନ୍‌ଏସିର ସମସ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଷ୍ଟି୍ରଟ୍‌ ଲାଇଟ୍‌ ଫେଜ ନିମନ୍ତେ ସଂଶୋଧିତ ବ୍ୟୟ ଅଟକଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସ୍ଥାପନ କରାଯାଇଥିବା ଟ୍ରାନ୍ସଫର୍ମରକୁ ଅଧିକ କ୍ଷମତାସଂପନ୍ନ କରିବା ସହିତ ଓଭରଲୋଡ଼ ସମସ୍ୟା ଏଡ଼ାଇବା ପାଇଁ ଅଧିକ ସଂଖ୍ୟାରେ ଟ୍ରାନ୍ସଫର୍ମର ଆଠଗଡ଼ ଓ ତିଗିରିଆ ବ୍ଲକ୍‌ ଅଞ୍ଚଳରେ ସ୍ଥାପନ କରିବା ପାଇଁ ମନ୍ତ୍ରୀ କହିଥିଲେ । ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଟ୍ରାନ୍ସଫର୍ମରଗୁଡ଼ିକରେ ଆଗାମୀ ୬ ମାସ ମଧ୍ୟରେ ପାଚେରୀ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ଗ୍ରାମ୍ୟ ରାସ୍ତା ଉପର ଦେଇ ଯାଇଥିବା ଇଲେକ୍‌ଟ୍ରିକ୍‌ ଲାଇନ୍‌ଗୁଡ଼ିକୁ ଉଚ୍ଚ କରିବା ପାଇଁ ଆବଶ୍ୟକ ସର୍ଭେ କାମ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଠଗଡ଼ ଓ ତିଗିରିଆ ବ୍ଲକ୍‌ର ଗ୍ରାମପଞ୍ଚାୟତ ଏବଂ ସମସ୍ତ ବଜାର ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ସଂଯୋଗ ଆଗାମୀ ୩ ମାସ ମଧ୍ୟରେ କରିବା ପାଇଁ ମନ୍ତ୍ରୀ କହିଥିଲେ । ବୈଠକରେ ବିଦୁ୍ୟତ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ ଚନ୍ଦ୍ର ମଲ୍ଲିକ, ଓପିଟିସିଏଲ୍‌ର ଏକ୍‌ଜିକୁ୍ୟଟିଭ୍‌ ଡାଇରେକଫର ଜେ.କେ. ସେନାପତିଙ୍କ ସମେତ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ଶେନ୍‌ବାଗମ୍‌ , ଚିଫ୍‌ ଅପରେଟିଂ ଅଫିସର ରାଜକୁମାର ରସ୍ତୋଗୀ ଏବଂ ଟିପିସିଓଡିଏଲ୍‌ର ବହୁ ବରିଷ୍ଠ ଇଂଜିନିୟରମାନେ ଯୋଗଦେଇଥିଲେ ।

Exit mobile version