ରାମଗିରି – ଆର.ଉଦୟଗିରି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ ର ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଅନ୍ତର୍ଗତ ରାମଗିରି ଉଦୟଗିରି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ ପାରଳାଖେମୁଣ୍ଡିର କମିଟି ନିର୍ବାଚନ ଏବଂ କର୍ମକର୍ତ୍ତା ନିର୍ବାଚନ ପାଇଁ କାର୍ଯ୍ୟ ସୂଚି ପ୍ରକାଶ ପାଇଛି। ଚଳିତ ମାସ ୨୯ ତାରିଖରୁ ଆସନ୍ତା ମାସ ୨୩ତାରିଖ ମଧ୍ୟରେ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଉକ୍ତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଅଣ୍ଟା ଭିଡି ସାରିଛି ଏବଂ ଉକ୍ତ ସମବାୟ ସମିତିରେ ଦଳୀୟ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ନିର୍ବାଚିତ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବୈଠକ ବରିଷ୍ଠ ନେତା ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆୟୋଜନ ହୋଇଥିଲା।

ଗୋସାଣୀ ବ୍ଳକ ୮ଟି ଜୋନର ୨୭ଟି ସୋସାଇଟି ପାଇଁ କମିଟି ଗଠନ କରାଯାଇଥିବା ବେଳେ ଉକ୍ତ କମିଟିରେ ଦାୟିତ୍ଵରେ ରହିବେ ବ୍ଳକ ଅଧ୍ୟକ୍ଷ ଏସ.ଭୀର ରାଜୁ, ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଲାରାଜୁ, ବରିଷ୍ଠ ନେତା ଏସ. ଗଜପତି ରାଓ, ବିମଳା ସାମଲଙ୍କ ସହ ସମସ୍ତ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ମାନେ ଏଥିରେ କାର୍ଯ୍ୟ କରିବେ । ସେହିପରି କାଶୀନଗର ୬ଟି ଜୋନର ୧୭ଟି ସୋସାଇଟି ପାଇଁ ଦାୟିତ୍ୱରେ ରହିବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, , ବ୍ଳକ ଅଧ୍ୟକ୍ଷା ସାଇ ଆମ୍ମା, ଏନଏସି ଅଧ୍ୟକ୍ଷା ଲେମ୍ପ ଗୁଡିକ ଦାୟିତ୍ୱରେ ଗୁମ୍ମା ବ୍ଳକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ ରହିବେ।

ଏତଦ ବ୍ୟତୀତ ପର୍ଯ୍ୟବେକ୍ଷକ ଭାବେ ଉକ୍ତ କମିଟିର ଅଧ୍ୟକ୍ଷ ରହିବେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ। ଏହି ପରୀପ୍ରେକ୍ଷୀରେ ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ କହିଛନ୍ତି କି ସଦସ୍ୟ ମାନଙ୍କୁ ସଂଯୋଜନା କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଦଳୀୟ କର୍ମକର୍ତ୍ତା ମନୋନୟ ହୋଇଛନ୍ତି ଏମାନେ ସମ୍ପୂର୍ଣ୍ଣ ବାବେ କାର୍ଯ୍ୟ କରିବା ହେବେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକ  ଉପସ୍ଥିତ ଥିଲେ ଯୁବନେତା ମରୁତ ପାଳ, ନୀର ଭୂୟାଁ ଙ୍କ ସମେତ ଅନ୍ୟ ଦଳୀୟ କର୍ମକର୍ତ୍ତା ମାନେ।

Exit mobile version