
ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ ପକ୍ଷରୁ ବୋକା କାଫେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ଲାଟଫର୍ମରେ ୩୦ ସେପ୍ଟେମ୍ବର ୨୦୨୨, ଶୁକ୍ରବାର ଦିନ ଆଓ ନେକ୍ସଟର ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍’ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଏହା ହେଉଛି ଏକ ମନୋବୈଜ୍ଞାନିକ ଥ୍ରିଲର ସିନେମା ଯେଉଁଥିରେ ରହିଛି ଭୟ, ଲୋକ, ବାସ୍ନା, ପ୍ରତିଶୋଧ ଓ କ୍ରୋଧର ଭାବ ।
