
ଓଡିଶା ତାଜା ନ୍ୟୁଜ୍ , (୨୮ ମେ ୨୦୨୦ ଗୁରୁବାର ) ଚଳ ଚଞ୍ଚଳ ହୋଇ ଉଠିଛି ରଥ ନିର୍ମାଣ କାର୍ଯ୍ୟ : – ତିନି ରଥର ପାଞ୍ଚ ଦଣ୍ଡା ରେ ମୁଁହାଣ୍ଟ ଲାଗି ହୋଇଥିଲା ମୁଁହାଣ୍ଟ ଉପରେ ସାଲ ଗୁଜ ଲାଗି ହୋଇ ନିରାଡି ଉଠିଥିଲା, ଏହାପରେ ଦେହରେ କୁଡୁକ ବିଭାଗକୁ ଫିଟିଙ୍ଗ ହୋଇ ଫାସ ଦଣ୍ଡା ଲାଗିଥିଲା ଆଜି ପାସଦଣ୍ଡ ଦେହରେ କୁଡୁକା ଲାଗି ହୋଇ ପାର୍ଶ୍ଵ ମୁଁହାଟ ଆସ୍ଥାନ ଲାଗିଛି ।
ପ୍ରତି ରଥ ରେ ଦୁଇଟି ଲେଖାଏଁ ଧୂଳିଦଣ୍ଡା ଲାଗି ହେବ । ପ୍ରତି ରଥରେ ଉକ୍ତ ଧୂଳିଦଣ୍ଡା ର ଚଉପଟ କାର୍ଯ୍ୟ ଚାଲିଛି । ପ୍ରତି ରଥରେ ୫ଟି ଲେଖାଁଏ ଜଗତ ପୃଷ୍ଟ ଶ୍ରେଣୀ ଲାଗି ହୁଏ ଉକ୍ତ ଶ୍ରେଣୀ ର ଚଉପଟ କାମ ସରିଛି । ଦୋଳ ବେଦୀ ଠାରେ ନନ୍ଦିଘୋଷ ରଥର ପୋଲା ଗୟଳ ଆଉ ଚିରଟ କାର୍ଯ୍ୟ କରତି ସେବକ ଙ୍କ ଦ୍ବାରା ଶେଷ ହୋଇଛି । ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୁର୍ବରୁ ରଥ ନିର୍ମାଣ ରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରା ଯାଇଥିଲା ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଦଇତାପତି ସେବକ ମାନଙ୍କର କୋଭିଡି -୧୯ ର ପରୀକ୍ଷା କରା ଯାଇଛି ଯଥା ୭୫ ଜଣ ଙ୍କ ର ସ୍ବାବ୍ ପରୀକ୍ଷଣ କରାଯାଇଛି । ରଥ ଖଳାରେ ଆଜିର ନିର୍ମାଣ କାର୍ଯ୍ୟ ପାଇଁ ପାସ ଦଣ୍ଡା, ଦେହରେ କୁଡୁକା ଲାଗି ହୋଇ ପାର୍ଶ୍ଵ ମୁହାଣ ମୁହାଁଣ୍ଟ ଉପରେ ଗୁଜ୍ ଏବଂ ଜଳ ଯନ୍ତ୍ର ଲାଗିଛି ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
