
ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ବୈପାରିଗୁଡା :- ପ୍ରତିଦିନ କୌଣସି ନା କୌଣସି ନମ୍ବରରୁ ଗୋଟିଏ ମେସେଜ୍ ଆସେ । କେଉଁ ମେସେଜ୍ ଟି ସଠିକ କେଉଁ ମେସେଜ୍ ଟା ନକଲି କେମିତି ଜାଣିବେ ଗାଁ ଗହଳିର ଲୋକେ ସେହିି ବିଷୟକୁ ନେଇ ଏବେ ନାନା ପ୍ରଶ୍ନ ଗ୍ରାହକଙ୍କ ନିକଟରେ ଠିଆ ହେଇଥିବା ବେଳେ ବିଭାଗୀୟଙ୍କ ପକ୍ଷରୁ ଏହି ଘଟଣାକୁ ନେଇ କିଛି ସ୍ୱଷ୍ଟୀକରଣ ନ ମିଳିବା ପଛରେ କଣ ରହିଛି ରହସ୍ୟ । ଲାଇନ କାଟିବା କିମ୍ବା ଲାଇନ ମରାମତି କରିବା ପାଇଁ ଗାଡି ଯୋଗେ ବୁଲିବୁଲି ଘୋଷଣା କରୁଛନ୍ତି ମାତ୍ର କାହିଁକି ସଠିକ ଅଫିସ ନମ୍ବର ଗ୍ରାହକଙ୍କ ନିକଟରେ ରଖୁନାହାନ୍ତିି ଅଧିକାରୀ । ଦିନକୁ ଦିନ ମାତିଛନ୍ତି ସାଇବର ଠକ । ସାମାନ୍ୟ ଅସାବଧାନତା ଏବଂ ଭୁଲ କାରଣରୁ ଲୋକମାନେ କ୍ଷଣିକରେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ।
ପ୍ରତ୍ୟେକ ଦିନ ଲୋକଙ୍କୁ ଠକିବା ନେଇ ନୂଆ କୌଶଳ ଆପଣାଉଛନ୍ତି । ଲୁଟେରାମାନେ ସାମାଜିକ ଗଣମାଧ୍ୟାମରେ ଖୁଲମଖୁଲା ମେସେଜ୍ ପଠାଇ ବିପୁଳ ଅର୍ଥ ଆତ୍ମସାତ କରିବାର ନଜିର ଥିବାବେଳେ ଏବେ ଏଭଳି ଏକ ତଥ୍ୟ ଲୋକଲୋଚନକୁ ଆସିଛି । ଲୁଟେରାମାନେ ସାମାଜିକ ଗଣମାଧ୍ୟାମରେ ଏଭଳି କାରନାମା କରୁଥିବା ବେଳେ ଗାଁ ଗହଳି ତଥା ଦୁର୍ଗମ ଅଂଚଳର ଲୋକେ ମାନେ କେଉଁ ଟା ଠିକ୍ କେଉଁ ଟା ଭୁଲ ନ ଜାଣିପାରି ଏହି ସାଇବର ଠକ ମାନଙ୍କର ହାବୁଡରେ ପଡୁଥିବାର ଜଣାପଡିଛି । ମିନିଟ ରେ ଲୋକଙ୍କୁ ଭକୁଆ ବନାଇ ଖାଲି କରିଦେଉଛନ୍ତି ସାଇବର ଠକ । ଏବେ କାହାକୁ କେଉଁ ପ୍ରକାର ମେସେଜ୍ ଆସୁଛି ତାହା ଦେଖି ଲୋକେ ଆର୍ଶ୍ଚଯ୍ୟ ହୋଇ ପଡୁଛନ୍ତି । ଏମିତି କିଛି ମେସେଜ୍ ଫୋନ୍ କୁ ଆସୁଛି ଟିପିଏସଓଡିଏଲ ବିଦ୍ୟୁତ୍ କମ୍ପାନୀ ନାମରେ ।
କମ୍ପାନୀ ପଠାଉଥିବା ମେସେଜ୍ ଓ ସାଇବର ଠକ ପଠାଉଥିବା ମେସେ୍ଜ କୁ କେମିତି ଲୋକେ ଜାଣିବେ ସେଥି ପ୍ରତି କମ୍ପାନୀ ତରଫରୁ ସଚେତନତା କରାଇବା ଏବେ ଜରୁରୀ ହୋଇପଡିଛି । ତେବେ ଟିପିଏସଓଡିଏଲ ବିଦ୍ୟୁତ୍ କମ୍ପାନୀ ପକ୍ଷରୁ ମେସେ୍ଜରେ ଲେଖା ଥାଉଛି ଯେ କିଛି ସନ୍ଦେହ ଥିଲେ ୧୯୧୨ କିମ୍ବା ୧୮୦୦୩୪୫୬୭୯୭ ରେ ଯୋଗାଯୋଗ କରିବାକୁ କୁହାଯାଉଥିବା ବେଳେ ଅନ୍ୟ କିଛି ନମ୍ବର ରୁ ଆସୁଥିବା ମେସେଜ୍ ୬୩୭୦୨୧୪୬୭୩ ନମ୍ବରରୁ ମେସେ୍ଜ ଆସୁଛି ଯେ ବିଦ୍ୟୁତ୍ ବିଲ ୍ ପୈଠ ନ କଲେ ବିଦ୍ୟୁତ୍ କଟାଯିବ । ଏହି ମେସେ୍ଜ ଗୁଡିକକୁ ଲୋକେ ଦେଖି ଜାଣିପାରୁନାହାନ୍ତି ଯେ ଅସଲ ମେସେ୍ଜ ଓ ନକଲି ମେସେ୍ଜ କଉଟା । ଗ୍ରାମାଂଚଳର ଲୋକେ ଈଂରାଜୀ ବିଷୟ ଉପରେ ସେ ଟା ଜ୍ଞାନ ନଥିବାରୁ ଏହି ସାଇବର ଠକଙ୍କ ହାବୁଡରେ ପଡି ଟଙ୍କା ହରାଉଛନ୍ତି । ଏହାକୁ ନେଇ ସଂପୃକ୍ତ ସାଇବର ଠକ ଉପରେ କାର୍ଯ୍ୟାପୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବହୁ ଗାହକ ଠକେଇର ଶିକାର ହୋଇପାରନ୍ତି ବୋଲି କୁହାଯାଉଛି ।
