ଷ୍ଟେଟ୍ ବ୍ୟାଙ୍କ ଶାଖା ଖୋଲିବାକୁ ମହାପ୍ରବନ୍ଧକଙ୍କ ପାଖରେ ଦାବି ଉପସ୍ଥାପନ ରଖିଲେ – ଅଞ୍ଚଳବାସୀ

ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଶନିବାର) ଓଡ଼ଗାଁ :- ଓଡ଼ଗାଁ ବ୍ଲକ୍ କୁରାଳ ପଞ୍ଚାୟତ ଏକ ବ୍ୟବସାୟୀକ କେନ୍ଦ୍ରବିନ୍ଦୁ । ଏଠାରେ ସପ୍ତାହକୁ ଦୁଇଥର ହାଟ ବସିଥାଏ ଏବଂ ଜନସଂଖ୍ୟା ତୁଳନାରେ କୁରାଳ ପଞ୍ଚାୟତ ଜିଲ୍ଲାରେ ସର୍ବାଧିକ । ଏହି ଦୃଷ୍ଟିକୋଣରୁ ଲୋକମାନେ ଏଠାରେ ଏକ ବ୍ୟାଙ୍କ ଶାଖା ଖୋଲିବାକୁ ବାରମ୍ଭାର ଦାବି କରି ଆସୁଥିଲେ । ଗତକାଲି ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳର ଆଞ୍ଚଳିକ ମହାପ୍ରବନ୍ଧକ ଭୂପଦେବ ପ୍ରଧାନ କୁରାଳ ଗ୍ରସ୍ତରେ ଆସିଥିବା ବେଳେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏ ଅବସରରେ ଏକ କୃଷକ ସଂପର୍କ କାର୍ଯ୍ୟକ୍ରମ ଓ ରାତ୍ରି ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାହକମାନେ ଅଧିକରୁ ଅଧିକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା ଭଳି ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁରାଳ ସରପଞ୍ଚ ବିଜନ ପାଇକରାୟ କୁରାଳରେ ଏକ ଷ୍ଟେଟ୍ ବ୍ୟାଙ୍କ ଶାଖା ଖୋଲିବାକୁ ମହାପ୍ରବନ୍ଧକଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ ।

ଏଠାରେ ଶାଖା ଖୋଲିବା ଦ୍ବାରା ଆଖପାଖ ଅଞ୍ଚଳର ବହୁ ଲୋକ ବ୍ୟାଙ୍କର ସୁବିଧା ସୁଯୋଗ ପାଇପାରିବେ । ଜିଲ୍ଲା ପରିଷଦ ସଭ୍ୟ ଝିଲ୍ଲୀ ପ୍ରଧାନ, ସମିତିସଭ୍ୟା କନକ ପାତ୍ର, ମୁଖ୍ୟ ପରିଚାଳକ ଅନିରୁଦ୍ଧ ନନ୍ଦ, ନୟାଗଡ଼ କୃଷି ଶାଖା ପରିଚାଳକ ଶିବରାମ ପାଣିଗ୍ରାହୀ, ମନତୋଷ ସାହୁ ଓ ଓଡ଼ଗାଁ ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ କୁରାଳ ପଞ୍ଚାୟତର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କୁରାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ସାହୁ, ସମାଜସେବୀ ସୁକାନ୍ତ ଚୈୖାଧୂରୀଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ଶେଷରେ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version