ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଯୋଗ ଦେଇଥିଲେ । ନ୍ୟìୟର୍କର ସିଟି ୟୁନିଭରସିଟିର ସଭା ପତି ବ୍ରୋନକ୍ସ କମ୍ୟìନିଟି କଲେଜ ଥୋମାସ ସେକେନ୍‌ ଗେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ରୋହିତ ପୂଜାରୀ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏକ ମାଧ୍ୟମ ଯାହା ଓଡ଼ିଶାର ଉଚ୍ଚଶିକ୍ଷାକୁ ଆଗକୁ ନେଇଯିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ବୋଲି ସେ କହିଥିଲେ ।

ଓଡିଶା ଶିକ୍ଷାର ପ୍ରୟୋଗଶାଳା ହୋଇଛି ଏବଂ ଏକ ଉଜ୍ଜ୍ୱଳ ସମାଜ ଗଠନରେ ସମେସ୍ତେ ବ୍ରତୀ ହେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ପ୍ରକାଶ କରିଛନ୍ତି । ଗୁରୁଦେବ ପଣ୍ଡିତ ରବିଶଙ୍କର ଭର୍ଚୁଆଲ ମାଧ୍ୟମରେ ସଭାକୁ ସମ୍ବୋଧିତ କରିଥିଲେ । ୫୫୦ ସ୍ନାତକୋତ୍ତର, ସ୍ନାତକୋତ୍ତର ଏବଂ ୬ ଟି ଡ଼କଫରେଟ ସହିତ ମୋଟ ୫୫୬ ଜଣ ଛାତ୍ର ଚଳିତ ବର୍ଷ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରୁ କୃତିତ୍ୱ ଲାଭ କରିଛନ୍ତି । ୬ ଟି ପିଏଚଡି ଅଧିକାରୀ ଯଥା ଗିରିଜିଆ ଶଙ୍କର ଦାସ, ବରାଦ ପ୍ରସାଦ ପାଣିଗ୍ରାହୀ ,ଦେବାଶିଷ ଦାଶ, ପ୍ରିତିଧାରା ହୋତା, ସଞ୍ଜୟ କୁମାର ପଟ୍ଟନାୟକ ,ସଞ୍ଜୟ ପାରିକ୍‌, ୨୨ ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଏବଂ ବିଶେଷଜ୍ଞତାରେ ସେମାନଙ୍କର ଅତୁଳନୀୟ ଏକାଡେମିକ୍‌ ପ୍ରଦର୍ଶନ ପାଇଁ ସାମଗ୍ରିକ ଶ୍ରେଷ୍ଠ ଛାତ୍ରଙ୍କ ସମେତ ୨୨ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।

ପ୍ରଫେସର ଶ୍ରୀମତୀ ରଂଜିତା କୁଲକର୍ଣ୍ଣି ସମସ୍ତଙ୍କୁ ସମାବେଶକୁ ସ୍ୱାଗତ କରିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ବିଶ୍ୱବିଦ୍ୟାଳୟ କି ପରି ବୃଦ୍ଧି ପାଇଲା ସେ ବିଷୟରେ ବର୍ଣ୍ଣନା କରିଥିଲେ । ଦଳର ଉଦ୍ୟମ, ଆଡା ପଫାବିଲିଟି, ସ୍ଥିରତା ଏବଂ ପୁନ…ନିର୍ମାଣ ହେତୁ ବିଶ୍ୱବିଦ୍ୟାଳୟର ଅବିଶ୍ୱସନୀୟ ସଫଳତା ହାସଲ କରିଛି ବୋଲି କହିଥିଲେ । କୁଳ ପତି ପ୍ରଫେସର( ଡ଼.) ବି.ଆର ଶର୍ମା ବାର୍ଷିକ ବିବୃତ୍ତି ପାଠ କରିଥିଲେ, ଯେଉଁଥିରେ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ଉଲ୍ଲେଖ କରିଥିଲେ ଏବଂ ଶେଷରେ କୁଳସଚିବ ପ୍ରଫେସର ସାହୁ ଧନ୍ୟବାଦ ଭାଷଣ ଅ ର୍ପଣ କରିଥିଲେ । ଏହି ଉତ୍ସବରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟା ପକ ଅଧ୍ୟା ପିକା, ସରକାରୀ କର୍ମଚାରୀ, ଜିଲ୍ଲା ପ୍ରଶାସନ, ଟ୍ରଷ୍ଟି, ଆର୍ଟ ଅଫ ଲିଭିଂର ଆେ ପକ୍ସ ସଦସ୍ୟ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ ।

କାଠଯୋଡ଼ି କୂଳରେ ୨୦୦୯ ମସିହାରେ ଏକ ଶାନ୍ତ ପରିବେଶରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ୧୦ ବର୍ଷର ପୂର୍ତ୍ତି ମଧ୍ୟରେ ଏହି ଅନୁଷ୍ଠାନ ଏହାର ଛାତ୍ରଛାତ୍ରୀ ଏବଂ ଅଧ୍ୟା ପିକାମାନଙ୍କ ଦ୍ୱାରା ପ୍ରାପ୍ତ ସଫଳତା ମାଧ୍ୟମରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇ ପାରିଛି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପୂର୍ବ ଏବଂ ପାଶ୍ଚାତ୍ୟର ସର୍ବୋତ୍ତମକୁ ମିଶ୍ରିତ କରି ଜ୍ଞାନ ଓ କୌଶଳ ପ୍ରଦାନ କରଯାଏ

Exit mobile version