ହକି ଇଣ୍ଡିଆରେ ସଭାପତି ହେଲେ ଦିଲ୍ଲୀପ ତିର୍କୀ

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି । ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି । ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ହକି ଇଣ୍ଡିଆ ସଭାପତି ପଦ ପାଇଁ ଆଉ ଦୁଇ ଜଣ ମଧ୍ୟ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ସେମାନେ ହେଉଛନ୍ତି ଉତର ପ୍ରଦେଶ ହକି ସଂଘ ମୁଖ୍ୟ ରାକେଶ କଟୟାଲ ଓ ଝାଡ଼ଖଣ୍ଡ ହକି ସଂଘ ମୁଖ୍ୟ ଭୋଳା ନାଥ ସିଂହ । ତେବେ ଦିଲ୍ଲୀପଙ୍କୁ ସମର୍ଥନ କରି ଉଭୟ ରାକେଶ ଓ ଭୋଳା ନାଥ ପ୍ରାର୍ôଥପତ୍ର ପ୍ରତ୍ୟାହାର କରି ନେଇଥିଲେ ।

ଦିଲ୍ଲୀପ ତିର୍କୀ ଦେଶ ପାଇଁ ୪୧୨ଟି ମ୍ୟାଚ୍ ଖେଳିଛନ୍ତି । ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ମଧ୍ୟ ରହିଥିଲେ ।  ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଦିଲ୍ଲୀପ ତିନିଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ।  ୧୯୯୬ର ଆଂଟଲାଂଟା ଅଲିମ୍ପିକ୍ସ ସହିତ ୨୦୦୦ର ସିଡ୍‌ .. ? ନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସ ଖେଳିଛନ୍ତି । ସେ ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେଇଥିଲେ । ୨୦୧୨ରେ ଦିଲ୍ଲୀପ ବିଜୁ ଜନତା ଦଳ ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Exit mobile version