ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ବୈପାରିଗୁଡା :- ଜନ ଜୀବନର ମୌଳିକ ସମସ୍ୟାକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଏସ.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ଏସ.ୟୁ.ସି.ଆଇ କାର୍ଯ୍ୟାଳୟ ପରିସର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିବାର ଜଣାପଡିଛି । ୨୯ ସେପ୍ଟେମ୍ବର ଭୁବନେଶ୍ୱର ଠାରେ ବିଶାଳ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ରହିଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ରାଜ୍ୟର ଚାଷୀ ମୂଲିଆ ଶ୍ରମିକ ଖଟିଖିଆ ମେହନତି ଜନସାଧାରଣଙ୍କ ଜୀବନର ଜ୍ଜଳନ୍ତ ସମସ୍ୟା ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ସମସ୍ତ ଜନ ବିରୋଧୀ କାର୍ଯ୍ୟ ଓ ଆଇନଗୁଡିକ ବିରୁଦ୍ଧରେ ଏସ.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ କରାଯିବା ନେଇ ସ୍ଥିର କରାଯାଇଛି ।
ବୈପାରିଗୁଡା ବ୍ଳକ ଏସ.ୟୁ.ସି.ଆଇ କମ୍ୟୁନିଷ୍ଟ କାର୍ଯ୍ୟାଳୟ ପରିସର କମ୍ରେଡ ସୂର୍ଯ୍ୟ ନାରାୟଣ ବିଶୋୟୀଙ୍କ ସଭାପତିତ୍ୱରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ସଦାଶିବ ଦାସ ଯୋଗଦାନ କରିଛନ୍ତି । ଏହି ଗଣ ବିକ୍ଷୋଭରେ ୩୦ ଗୋଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଲୋକ ଯୋଗ ଦେଉଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା ଓ କୋରାପୁଟ ଜିଲ୍ଲାରୁ ଅନ୍ୟୁନ୍ୟ ୫ ଶହ ଲୋକ ଯାଇ ସେଠାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଆନ୍ଦୋଳନକାରୀ ଖଟିଖିଆ ମେହେନତି ଲୋକମାନଙ୍କ ନେତୃତ୍ୱ ନେବେ କମ୍ରେଡ କାହ୍ନୁ ବିଶ୍ୱାଳ, କମ୍ରେଡ ସୂର୍ଯ୍ୟନାରାୟଣ ବିଶୋୟୀ, କମ୍ରେଡ ରାମ ବାରିକ,ଲକ୍ଷ୍ମୀ ବାରିକ, ରବିନ୍ଦ୍ର ପଣ୍ଡା ବୋଲି ଜଣାପଡିଛି ।

ତେବେ ୧୦ ଦଫା ଦାବି ନେଇ ଏହି ଗଣ ବିକ୍ଷୋଭ ଅନୁଷ୍ଟିତ ହେଉଥିବା ବେଳେ ମୁଖ୍ୟତଃ ଦାବି ଭିତରେ ରହିଛି ପେଟ୍ରୋଲ,ଡିଜେଲ,ରନ୍ଧନଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ଆକାଶଛୁଆଁ ଦର ବୃଦ୍ଧ ବନ୍ଦ କରିବା, ବର୍ଦ୍ଧିତ ରେଳ ଭଡା,ବସ ଭଡା,ପ୍ରତ୍ୟାହର କରିବା, ମୃଢି,ଚୁଡା,ଖିର,ଦହି,ଶିଶୁ ଖାଦ୍ୟ ଆଦି ସାମଗ୍ରୀ ଉପରୁ ଜି.ଏସ.ଟି ପ୍ରତ୍ୟାହର କରିବା, ବିଜୁଳି ଶୁଳ୍କ ବୃଦ୍ଧି,ଘନ ଘନ ବିଦ୍ୟୁତ୍ କାଟ, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ତଥା ଅନଲାଇନ୍ ପ୍ରିପେଡ୍ ବିଦ୍ୟୁତ୍ ବିଲ ଆଦାୟ ବନ୍ଦ କରିବା, ବିଦ୍ୟୁତ୍ ବିଲ ୨୦୨୨ କୁ ପ୍ରତ୍ୟାହର କରିବା, ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପର୍ଣ୍ଣ ବାତିଲ କର ।
