ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀ ଙ୍କୁ ଟାଙ୍ଗିଆରେ ହାଣିଲା ସ୍ୱାମୀ ପୋଲିସ ର ତଦନ୍ତ ଜାରୀ

ଓଡ଼ିଶା ତାଜା ନ୍ୟୁଜ (୨ସେପ୍ଟେମ୍ବର ଗୁରୁବାର ) ବୈପାରିଗୁଡା :- କୋରାପୁଟଙ୍କ ଜିଲ୍ଳା ବୈପାରିଗୁଡା ଥାନା ଅନ୍ତର୍ଗତ କୁନ୍ଧୁରା ବ୍ଳକର ଡେଙ୍ଗାକୁସୁମଗୁଡା ଗାଁରେ ବୁଧବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ନେଇ ବୈପାରିଗୁଡା ପୋଲିସ ସୂତରୁ ଜଣାପଡିଛିି । ସ୍ୱାମୀ ବୁଡୁ ବଡନାୟକ ( ୩୫) ବୟସଙ୍କ ମାଡରେ ସ୍ତ୍ରୀ ସୁବଣ ବଡନାୟକ ମୃତ୍ୟୁବରଣ କରିଛି ବୋଲି ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ଗ୍ରାମ ପାଖରେ ଚାଲିଥିବା ଗଣେଶ ଭସାଣୀ ପାଇଁ ଦୁହେିଁ ଯାଇ ସେଠାରେ ମଦ ପିଇ ନିଜ ଘରକୁ ଫେରିଥିଲେ ।

ପ୍ରତିଦିନ ସ୍ୱାମୀ ବୁଦୁ ବଡନାୟକ ଓ ସ୍ତ୍ରୀ ସୁବଣ ବଡନାୟକ ଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡା ହୋଇଥାଏ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଥିବାର କହିଛି । ଗଣେଶ ଭସାଣୀ ଦେଖି ଆସିବା ପରେ ଘରେ ଖାଇବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟ ଝଗଡା ଦେଇଥିଲା । ସ୍ତ୍ରୀ ସ୍ୱାମୀକୁ ଖାଇବାକୁ ନ ଦେବାରୁ ସ୍ୱାମୀ ବୁଡୁ ସ୍ତ୍ରୀ ସୁବଣଙ୍କୁ ଟାଙ୍ଗିଆରେ ମାରି ହାଣିବା ପାଇଁ ଚେଷ୍ଟା କରିବା ବେଳେ ଟାଙ୍ଗିଆ ମାଡରେ ସ୍ତ୍ରୀ ମୃତ୍ୟୁବରଣ କରିଥିଲା ।

ରାତ୍ରି ଖବର ପାଇବା ମାତ୍ର ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ଆଜି ଅର୍ଥାତ ଗୁରୁବାର ଦିନ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଟାଙ୍ଗିଆ ଜବତ କରିବା ସହ ଘର ଆଖପାଖ ଓ ଘରଭିତରେ ବିଭିନ୍ନ ସ୍ଥାନରେ ଯାଂଚ କରିଥିଲେ । ବୈପାରିଗୁଡା ପୋଲିସ ଡେଙ୍ଗାକୁସୁମଗୁଡା ଗ୍ରାମରେ ପହଂଚି ମୃତହେଦ ଜବତ କରିବା ସହିତ ବୈପାରିଗୁଡା ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ସ୍ୱାମୀ ବୃଦ୍ଧୁ ବଡନାୟକଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ନେଇ ବୈପାରିଗୁଡା ପୋଲିସ ସୂଚନା ଦେଇଛି ।

Exit mobile version