କଟକ ରୁ ବୈପାରୀଗୁଡା ମୁତଦେହ  ଆଣିବା ପାଇଁ ଓଡିଶା ମୋ ପରିବାର ର ସହଯୋଗ 

ଓଡ଼ିଶା ତାଜା ନ୍ୟୁଜ (୨ସେପ୍ଟେମ୍ବର ଗୁରୁବାର ) ବୈପାରୀଗୁଡା :- କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କୋଲାର ପଂଚାୟତ ବଡ଼ଅଟ୍ଟଲା ଗ୍ରାମ ର ନିଧି ଖିଲ ଗତ 18 ତାରିଖ ରବିବାର ଦିନ କାଠପଡା ଠାରୁ ନିଜ ଗାଁ କୁ ବାଇକ ଯୋଗେ ଫେରୁଥିଲେ l ସେହି ସମୟ ରେ ଟାଙ୍ଗିନିଗୁଡା କାଠପଡା ମଧ୍ୟ ରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିବା କୁହାଯାଉଛି l ସ୍ଥାନୀୟ ଲୋକ ଦେଖି ତାଙ୍କୁ ପ୍ରଥମେ ବୈପାରୀଗୁଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ସ୍ଵାସ୍ଥ୍ଯ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜ ପଠାଯିବା ପରେ ସେଠାରେ ଓଡିଶା ମୋ ପରିବାର ସହଯୋଗ ର ହାତ ବଢାଇ ଆହାତ ନିଧି କୁ କଟକ ବଡ଼ ମେଡିକାଲ କୁ ପଠାଇଥିଲେ l

କିନ୍ତୁ  ଦୁଃଖଦ ସେଠାରେ ନିଧି ଖିଲ ଙ୍କ ଦେହାନ୍ତ ହୋଇଛି l ପାଖରେ ଥିଲେ ଅସହାୟ ସ୍ତ୍ରୀ ଓ ପୁତୁରା ଏତେ ବାଟରୁ ମୁତଦେହକୁ ଆଣିବା ପାଇଁ ପାଖରେ ଟଙ୍କା ନଥିବା ବେଳେ ଗାଡି ଭଡା 20 ହଜାର ଟଙ୍କା ହେବ ବୋଲି କହିଥିଲେ l ଫଳରେ ମୁତଦେହ ଘର କୁ ଆଣିବା ପାଇଁ ସ୍ତ୍ରୀ ଚିନ୍ତା ଗ୍ରସ୍ତ ହୋଇ ଯାଇଥିଲେ ! ଇତି ମଧ୍ୟରେ ତାଙ୍କ ପୁତୁରା ବୈପାରୀଗୁଡା ସ୍ଥିତ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ୱର ଙ୍କୁ ଙ୍କୁ ଘଟଣା ବିଷୟରେ ଜଣାଇଥିଲେ !

ବିଜେଡି ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଏବଂ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଙ୍କୁ ଅବଗତ କରାଗଲା ପରେ ଦୁହେିଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଓଡିଶା ମୋ ପରିବାର ସହଯୋଗ ରେ ନିଧି ର ମୁତଶରୀର କୁ ମାଗଣା ରେ ଆଣିବା ବ୍ୟବସ୍ତା କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା କୁ ନିଜର ପରିବାର କହିବା ସହ ଅସହାୟ ସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ଓଡିଶା ମୋ ପରିବାର   ମଧ୍ୟମରେ ଲୋକ ଙ୍କୁ ସାହାଯ୍ୟ ଯୋଗାଇଛନ୍ତି ! ଫଳରେ ଆଜି ଜଣେ ଅସହାୟ ମାଗଣା ରେ ସ୍ୱାମୀ ର ମୁତଦେହକୁ ଘରକୁ ଆଣିବା ପାଇଁ ସକ୍ଷମ ହୋଇଛି

Exit mobile version