ମାଛିପଡା ପଞ୍ଚାୟତ ସମିତିସଭ୍ୟା ଙ୍କ ସ୍ୱାମୀ ବାବୁଲି ଜେନା : ବିଜେଡିର ଯୋଗ ଦେଲେ

ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- କାନ୍ଧରେ ଶଙ୍ଖ ଉତ୍ତରୀୟ , ମୁହଁରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ସ୍ଲୋଗାନ , ସାଥିରେ ଅନେକ ଶୁଭେଛୁ ଓ କର୍ମୀ ଙ୍କୁ ଆଣି ବିଜୁ ଜନତା ଦଳରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ମାଛିପଡା ପଞ୍ଚାୟତ ସମିତିସଭ୍ୟା ଙ୍କ ସ୍ୱାମୀ ବାବୁଲି ଜେନା। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତଥା ବିକାଶମୂଳକ କାର‌୍ୟ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ଡ଼ ସାହୁଙ୍କ ନେତୃତ୍ୱରେ ସାମିଲ ହେବା ପାଇଁ ଆଜି ବିଜେଡି ରେ ଯୋଗ ଦେଇଛନ୍ତି। ତାଙ୍କର ଯୋଗ ଦାନ ପରେ ଦଳ ଆହୁରି ମଜବୁତ ହୋଇଛି। ମାଛିପଡା ପଞ୍ଚାୟତ ବହୁ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମାଛିପଡା ପଞ୍ଚାୟତ ର ସରପଞ୍ଚ , ସମିତିସଭ୍ୟ , ବିଜୁ ଜନତା ଦଳର ପଂଚାୟତ ସଭାପତି ତଥା ସ୍ଥାନୀୟ ନେତାମାନେ ଯୋଗ ଦେଇଥିଲେ ।

Exit mobile version