ବିଜେଡି ଜିଲ୍ଲା ସଭାପତି ଓ ବିଧାୟକ ଲଗାଇଲେ ଗଛ : ବୃକ୍ଷ ରୋପଣ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- ପରିବେଶ ସୁରକ୍ଷା ପାଇଁ ଏବେ ନେତା, ମନ୍ତ୍ରୀ, ବିଧାୟକ,ସରକାରୀ କର୍ମଚାରୀ ଓ ବେସରକାରୀ କର୍ମଚାରୀ, ସ୍ୱୋଚ୍ଛାସେବୀ ସଂଗଠନ ସମସ୍ୟ ସମସ୍ତ ଏକାଠି ହୋଇଛନ୍ତି । ଆଜି ବୈପାରିଗୁଡା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା , ବିଜେଡି ଦଳର ଦଳୀୟ କର୍ମୀ ପ୍ରମୁଖ ବୃକ୍ଷ ରୋପଣ ଓ ପରିବେଶକୁ ଗୁରୁତ୍ୱ ଦେଇ ବୃକ୍ଷ ରୋପଣ କରି ଶପଥ ନେଇଛନ୍ତି ।

ଏହି ଅବସରରେ ବୈପାରିଗୁଡା ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦାନ କରି ବୃକ୍ଷ ରୋପଣ ଉଦ୍ଦେଶ୍ୟ ଓ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସହ ସମସ୍ୟା ଏବଂ ଆଗାମୀ ପିଢିଙ୍କ ପାଇଁ ପ୍ରାକୃତିକ ଅମ୍ଲଜାନ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

କଲେଜ ପରିସରରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେଡି ବ୍ଳକ ଆବାହକ ହେମନ୍ତ ମହାପାତ୍ର, ବରିଷ୍ଟ କର୍ମୀ ସାଥିରାମ ନାୟକ, ବାବୁନି ମହାନ୍ତି, ଜଗଦୀଶ ଜେନା, ବିଧାୟକ ପ୍ରତିନିଥି ରମେଶ ସ୍ୱାଇଁ, ନାଏବ ସରପଂଚ ବୁଲା ସାହୁ, ଦୋରାଗୁଡା ସମିତିସଭ୍ୟ ତ୍ରିଲୋଚନା ଜେନାଙ୍କ ସହ ବିଭିନ୍ନ ପଂଚାୟତର ସରପଂଚ , ସମିତିସଭ୍ୟ ଏବଂ ବିଜେଡି ଦଳର କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Exit mobile version